ସପୂର୍ଣ୍ଣା
ସପୂର୍ଣ୍ଣା
1 min
6.7K
ଆସ ତମେ ମତେ ଲେଖିବ
ମୁଁ ତମକୁ ଲେଖିବି
ଆସ ଆଦାମ୍ ଆଉ ଇଭ ହୋଇଯିବା|
କିଛି ଶବ୍ଦରେ,କିଛି ଭାବରେ
କିଛି ଆହ୍ଲାଦନରେ,କିଛି ସୃଜନରେ
ସଜାଡି ନେବା ଦୁହେଁ ଦୁହିଙ୍କୁ
ପୂର୍ଣ୍ଣାଙ୍ଗ ରୂପରେ,ଅର୍ଧାଙ୍ଗ ଦେଇ
ଅର୍ଦ୍ଧନାରୀଶ୍ବର ହୋଇ,
ଅର୍ଦ୍ଧନାରୀଶ୍ବର ହୋଇ |
ଧ୍ରୁବ୍