ଏଣୁତେଣୁ - ୨୦୧୭
ଏଣୁତେଣୁ - ୨୦୧୭
1 min
1.4K
ଜାଣିନି କେମିତି ଯୋଡ଼ି ହୁଏ ସମ୍ପର୍କ
ଗାଢ ହୁଏ କେମିତି ସବୁ ସମ୍ପର୍କର ରଙ୍ଗ
ଜାଣିନି କେମିତି ଲହୁରେ ଲୁଣ ମିଶେ
କେତେବେଳେ ହୁଏ ସେ ଲୁହର ସାଙ୍ଗ
ଜାଣିଛି ଏତିକି କିନ୍ତୁ
ରାତି ଯେତେ ଲମ୍ବା ହେଇଥାଉ ପଛେ ହୁଏ ଦିନେ ସକାଳ
ଜାଣିଛି ଏତିକି କିନ୍ତୁ
ଅନ୍ଧାରର ଆର ପାଖେ ଚାଲେ ମେଞ୍ଚାଏ ଆଲୋକର ଖେଳ
ଜାଣିନି ନିରୀହତାକୁ ଦୁନିଆ କାହିଁକି ଠକେ….
ଜାଣିନି ସରଳତାକୁ ଦୁନିଆ କାହିଁକି ଢୋକେ
ଜାଣିନି ବି ନିରବତା କାହିଁକି ବାରବାର ନିଜକୁ ରୋକେ
ଜାଣିଛି ଏତିକି କିନ୍ତୁ
ପ୍ରେମ ଆଉ ବିଶ୍ଵାସ ଈଶ୍ଵରଙ୍କ ଦୁଇଟି ରାଗ
ଯେଉଁଥିରେ
ନିବେଦିତ ନୀଳିମା ପାଲଟିଛି ଅଲିଭା ଦାଗ …।