Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sushantkumar Pradhan

Others

2  

Sushantkumar Pradhan

Others

ପ୍ରେମ ପ୍ରତିଜ୍ଞା

ପ୍ରେମ ପ୍ରତିଜ୍ଞା

1 min
1.6K


ଜୀବନର ଅନ୍ତ ପଡିବା ପର୍ଯ୍ୟନ୍ତ 

ଆସୁ ଯେତେ ପ୍ରତିବାଦ 

ପାଉଛି ମୁଁ ଭଲ ପାଉଥିବି ଭଲ 

ଯିଏ କରୁ ପ୍ରତିବାଦ ।।

ପ୍ରେମର ମୂଲ୍ୟଟା ଏମିତି ଅମୂଲ୍ୟ 

ଦିଅ କି ନ ଦିଅ ତମେ 

ପ୍ରେମ ପରିଭାଷା ବୁଝ କି ନ ବୁଝ 

ଭୁଲିବିନି ଜମା କେବେ ।।

ଚେଷ୍ଟା ଅପଚେଷ୍ଟା ଯିଏ ଯାହା କରୁ 

ମୋ'ଠୁ ଛଡାଇ ନେବାର 

ହାରିବିନି କେବେ ଭାଂଗିବିନି କେବେ 

ହେବି ନାହିଁ କେବେ କଠୋର ।।

ପ୍ରତିଟି ସ୍ପନ୍ଦନ ତୁମ ପାଇଁ ସୃଷ୍ଟି 

କର ଯେତେ ମୂଲ୍ୟୟାନ 

ନାହିଁ ଅଭିମାନ ନୁହେଁ ନିରୂପାୟ 

ଚାଲି ଯାଉ ପଛେ ପ୍ରାଣ ।।


  ସୁଶାନ୍ତ ପ୍ରଧାନ 

   ବଂଧହୁଡା 

ନରସିଂହପୁର କଟକ


Rate this content
Log in