ଲୋଭ
ଲୋଭ
ଏକୁଟିଆ ବେଳେ ମନ ସ୍ଥିର କରି
ଥରେ ହେଲେ କେବେ ଚିନ୍ତ
ଲୋଭ ଯଦି ଗ୍ରାସ କରୁଛି ସଭିଙ୍କୁ
ଅଟଇ ତାହା କେମନ୍ତ
ଧନୀ କି ଗରୀବ ଯାହାକୁ ବି ଦେଖ
ନୁହଁ ସେ କେବେ ସନ୍ତୁଷ୍ଟ
ଯେମିତି ବି ଥାଉ ଯେଉଁ ସ୍ତରେ ଥାଉ
ଖୋଜୁଛି କିନ୍ତୁ ବହୁତ
କାମନାର ଅନ୍ତ ଦୁଃଖର ବିନାଶ
ସମସ୍ତଙ୍କ ଏହି ମତ
ହେଲେ ଏହା ସତ କାମନା ଅନ୍ତରେ
ତିଷ୍ଠିବ ନାହିଁ ଜଗତ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©