ଆସୁନାହିଁ ଜହ୍ନ...
ଆସୁନାହିଁ ଜହ୍ନ...
1 min
6.8K
ଆ' ବୋଲି ଡାକିଦେଲେ
ଆସୁନାହିଁ ଜହ୍ନ...
ଆକାଶରେ ଚିକିମିକି ତାରା ସାଥେ
ଆଖିରେ ଲୁହ ଝଲମଲ ।
ମେ' ମାସ ଖରା ଦାଉ
ରୋକିପାରୁନି ଫିଟାଇବାକୁ କୃଷ୍ଣଚୂଡା ରଙ୍ଗ
କାଳବୈଶାଖୀର ଅଦଉତି
ଛଡ଼େଇ ପାରୁନି ଗାଲରେ ଶୁଖିସାରିଥିବା ଲୁହର ଦାଗ ।
ଏ ବେଳେ ତାଳସଜ, ଲିଚୁ, ଖଜୁରୀ କୋଳି
ଆଖି ମିଟିକା ମାରନ୍ତି ରାଜ ରାସ୍ତା ଧାରେ
ବାହା ବେଦୀ ପରେ ପରେ ଖାସ୍ତା ଗଜା, ଲବଙ୍ଗଲତା, ଆରିସା
ସଜିଲ୍ ହୁଅନ୍ତି ବୋହୂ ବିଦା ସାଙ୍ଗରେ ।
ଛାଇ ଉହାଡ଼ରେ ଯିଏ ଠିଆ ହେଇଥାଏ
ସିଏ ନୀଳ ଆଖି ପ୍ରୀତି
ଗୋଲାପି ଓଠର ଆହାଃ
ଗ୍ରୀବା ତଳ କଳାଜାଇ
ଜହ୍ନ ପାଇଁ ପ୍ରଣୟ ଯେ' ପାଳୁଥାଏ ନିତି ।