Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Tragedy

3  

SARATA KUMAR DAS

Tragedy

ଫେରି ଆସ ପ୍ରିୟା

ଫେରି ଆସ ପ୍ରିୟା

1 min
174


ପରୀ ରାଇଜରୁ ଆସିଥିଲ ପ୍ରିୟା

ପିନ୍ଧି କଳାମେଘି ପାଟ

ପାଦର ନୂପୁର ଋଣୁଝୁଣୁ ସୁରେ

ଚାଲୁଥିଲ ତମେ ବାଟ ।।

ଚାଲିରେ ତମର ପଦ୍ମ ଫୁଟୁଥିଲା

ଭାଷାରେ କୋଇଲି କୁହୁ

ଆମ୍ବ ବଉଳରୁ ବାସ୍ନା ଝରୁଥିଲା

ଚାହାଣୀରେ ପ୍ରୀତି ମହୁ ।।

ମଥାରେ ଓଢଣୀ କପାଳେ ଚନ୍ଦନ  

ଦିଶୁଥିଲା ଦାଉଦାଉ

କୃଷ୍ଣଚୂଡା ହସ ନାଲି ଓଠ ଧାରେ

ସାତ ସମୁଦ୍ରର ଢେଉ  ।।

ଜାଳୁଥିଲ ଦୀପ ଜାଗର ରାତିରେ

ଅଗଣାରେ ସଂଜବତୀ 

ସାତ ସପନରେ ଭିଜୁଥିଲ ତମେ

ପାହିଗଲା ମଧୁରାତି ।।

ଶୂନ୍ଯ ଲାଗେ ଆଜି ପୂର୍ଣ୍ଣ ଯଜ୍ଞଶାଳା

ଭଗ୍ନଶିଳା ଖୋଜେ ପ୍ରୀତି 

ମନ୍ତ୍ର ଆଜି କାହିଁ ଛନ୍ଦ ହରା ଲାଗେ

ଖୋଜେ ପ୍ରିୟା ତମ ଗୀତି  ।।

ଅଜଣା ପଥିକ ଭଗ୍ନ ପାନ୍ଥଶାଳା 

ରହିଛି ଚାତକେ ଚାହିଁ

ବେଳାଭୂଇଁ ଆଜି କାନ୍ଦେ କଇଁ କଇଁ 

ସଂଜ ଆସେ ଯେବେ ନଇଁ  ।।

ଜ୍ୟୋସ୍ନାଭିଜା ରାତି ଅଳସ ପ୍ରହର

ନୀରବରେ ଢାଳେ ଲୁହ

ଦୂର ଶାଳବଣ ମଉନେ ବସିଛି

ମନ ତଳେ ଯାହା କୋହ  ।।

ଫେରିଆସ ପ୍ରିୟା (ମୋ)ମାଟି ଅଗଣାକୁ 

ଭସା ବଉଦର ସାଥେ

ହସୁଥିବ ଜହ୍ନ ହସୁଥିବେ ତାରା

ଫୁଟୁଥିବ ଫୁଲ ପଥେ   ।।


Rate this content
Log in