Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational Others

2  

Pranati Mahapatra

Inspirational Others

ସୁନାର ଭାରତେ ଆମେ ଯୁବଗୋଷ୍ଠୀ

ସୁନାର ଭାରତେ ଆମେ ଯୁବଗୋଷ୍ଠୀ

1 min
6.7K


ଏହି ସୁନାର ଭାରତେ ଜନମି ଥିଲେତ 

କେତେ ସୁଯୋଗ୍ୟ ଦାୟାଦ,

ମା,ମାଟି ଆଉ ମାତୃଭୂମି ପାଇଁ

କାର୍ଯ୍ୟ କରିଥିଲେ ମହତ।

ତାଙ୍କରି ଦାୟାଦ ଆମେ ଯୁବଗୋଷ୍ଠୀ

ଗଢିବା ସୁନାର ଭାରତ,

ଭାଷା,ଶିକ୍ଷା, ଶିଶୁ, ଦେଶ ଉନ୍ନତି ରେ

କରାଯିବା କାର୍ଯ୍ୟ

ନ ରଖି ସ୍ଵାର୍ଥ ।

ଭାଷାର ବିକାଶ ସବୁଠି ଶୁଭୁଛି

ହୁଏ ଭାଷା ଆନ୍ଦୋଳନ,

ଶିଶୁର ବିକାଶ,ନାରୀର ସୁରକ୍ଷା

ହୁଏ ନାରୀ ଜାଗରଣ।

ହେଲେ କହିବେ କି

ଏତେ ପରେ ବି କାହିଁକି ହୁଏ ଏମିତି?

ଏଠି ଅଭାବ ,ଘୋର ଅଭାବ

ଯୁବଶକ୍ତିର ଘୋର ଅଭାବ।

ଆଗେଇ ଆସ ମୋ ଯୁବଶକ୍ତି ବନ୍ଧୁ

କରିବା ମହତ କାମ,

ସୁନାର ଭାରତେ ସୁନାର କିରଣ

ବିଞ୍ଚିବା କରି କରମ।

ଏକା ବିଲେ ଦିନେ ଚମକାଇ ଥିଲା

ସାରା ଚିକାଗୋ ସହର,

ତାଙ୍କରି ଗୁଣରେ ଗୁଣିୟାନ ହୋଇ 

କୀର୍ତ୍ତି ରଖିବା ଅମର।

ମୁକ୍ତିର ମଶାଲ ସବୁଠି ଜାଳିବା

ସତ୍ୟ,ଧର୍ମ ପଥେ ରହି,

ସୁନାର ଭାରତେ ସୁଖରେ ରହିବା

ଉଜ୍ଜ୍ଵଳ ହୋଇବ ମହୀ ।

*ପ୍ରଣତି ମହାପାତ୍ର*


Rate this content
Log in

Similar oriya poem from Inspirational