ଘରୋଇ ବଜେଟ୍ ଅଫ୍ସେଟ୍
ଘରୋଇ ବଜେଟ୍ ଅଫ୍ସେଟ୍
ଘରୋଇ ବଜେଟ୍ ଅଫ୍ସେଟ୍
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
ପନିପରିବାର ଶୁଣିକରି ରେଟ୍
ଘରୋଇ ବଜେଟ୍ ଅଫ୍ସେଟ୍
ପାଉନାହିଁ ଆଉ କାତ
ଖାଇବା ଏବେ ଲୁଣ ଲଗେଇ ଭାତ
ମହଙ୍ଗାଇ ପେଟକୁ ମାରିଲାଣି ନାତ
ଗରିବ ମଧ୍ୟମ ବର୍ଗ ଘରେ ସନ୍ନିପାତ ।
ପୋଟଳ : ଖାଇବାକୁ ମନ ବିକଳ
ଶୁଣିକରି ମନ ଟଳଟଳ
ହୋଇଗଲା କି ବିରଳ !
ଜହ୍ନି : ଲାଗିଲାଣି ଏଥିରେ ଶନି
କିଣିବାକୁ ପାଉନାହିଁ ମନି ।
ଭେଣ୍ଡି : ତଳୁ ଉପର ଯାକେ ହଲିଯାଉଛି ଗଣ୍ଡି
ମୁହଁରେ ଦେଇଛି ତୁଣ୍ଡି ।
ଆଳୁ : ସବୁ ଘରର ଇଲୁ ଇଲୁ
ରେଟ୍ ଶୁଣି ଗରମ ତାଳୁ
ଦିଦି ଯଦି ଗଲେ ରାଗି
ଯିବାକୁ ପଡୁଛି ଭିକ ମାଗି ।
ଟମାଟର : ଶୁଣିକରି ଏବେ ଭାଇବ୍ରେସନ୍
୧୪୪ ଲାଗିଛି ସେକ୍ସନ୍ ।
ଶାଗ : ହୋଇଯାଉଛି ଭାଗଭାଗ
କାହାକୁ ନବ ଆଗ?
ଲଙ୍କା : ମୁହଁ ହୋଇଯାଉଛି ବଙ୍କା
କିଲୋ ୧୦୦ ଟଙ୍କା
ୟା ବିନା କିଚେନ୍ ଫାଙ୍କା ଫାଙ୍କା ।
ପିଆଜ : ବଜାରରେ ହୋଇଛି ସଜି
ଦେଖିକରି ଲୁହ ଝରୁଛି ଆଜି ।
ରସୁଣ : ରେଟ୍ ହୋଇଗଲାଣି ନିଆଁବାଣ
ଖାଲି ଦେଖ ଆଉ ଶୁଣ
ତରକାରି ବିନା ରସୁଣ ।
ରାଜ ଉଆସରେ ମଟନ୍ ଚିକେନ୍
ପ୍ରଜାଘରେ ପନିପରିବା ପାଇଁ କନକନ
ମହଙ୍ଗାଇ ମାରିଦେଇଛି ଲୋକଙ୍କ ମନ
ଗଣ୍ଡାଏ ଭଲରେ ଖାଇବା ଏବେ ସ୍ୱପ୍ନ ।
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****