ବିଶ୍ୱ ମାତୃତ୍ୱକୁ କୋଟିଏ ସମ୍ମାନ
ବିଶ୍ୱ ପ୍ରେମରେ ମୋ'
ବ୍ୟକ୍ତିତ୍ୱ ବନ୍ଧା ।
ସଂକୀର୍ଣ୍ଣ ମନକୁ କରେ ବାସଚ୍ୟୁତ
ବିପୁଳ ବିଶ୍ୱର
ସୁରରେ ଛନ୍ଦା ।
ରକ୍ତର ସମ୍ପର୍କ ରକ୍ତିମ ରଙ୍ଗର
ସାମାଜିକ ପ୍ରେମ
ଆହୁରି ଗାଢ଼ ।
କିଏ ବା ନିଜର,କିଏ ଅବା ପର
ହୃଦୟ ଡୋରୀ ଟି
ସବୁଠୁ ଦୃଢ ।
ନିଚ୍ଛକ ସ୍ନେହର ସ୍ରୋତର ସୁଅରେ
ପାଷାଣ ଦେବତା
ତରଳି ଯାଏ ।
କପଟୀ ମଣିଷ ଛଳନା ଜୁଆରେ
ମାନବିକତାକୁ
ଭସାଇ ଦିଏ ।
ଅଭିଶପ୍ତ ନୁହେଁ,ଅଭିଶାପ ପାଏ
ହେ ମୋର ମଣିଷ
ଭଉଣୀ ଭାଇ ।
ଦୁର୍ଲଭ ଜୀବନ,ଉପଭୋଗ କର
ଅନ୍ୟକୁ ନିଜର
ସେନେହ ଦେଇ ।
ସମ୍ମାନ ପାଇବ, ଲକ୍ଷ୍ମୀ ବି ହସିବେ
ତୁମରି ଅଗଣା
ଉଠିବ ହସି ।
ସାରା ରାଇଜର ଫୁଲ ବଗିଚାକୁ
ଓହ୍ଲାଇ ଆସିବ
ସରଗ ଶଶୀ ।