Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ଅଧର୍ମ ବିତ୍ତ

ଅଧର୍ମ ବିତ୍ତ

1 min
129


ଦିନରାତି ଏକ କରି ଆଜି ଯେତେ

ଧନ ଅରଜିଛି ମୁହିଁ

ଖାତ ଖୋଳି ଆଜ ରଖିବି ଯତନେ

ଦେଖି କେ ପାରିବ ନାହିଁ ॥


ପାରୁନାହିଁ ବୋହି ଏତେଗୁଡା ଟଙ୍କା

ମୋ ପଛପଟ ମୁଣିରେ

ସାହାରା ଲଗାଇ ଦେଇଛି ତେଣୁତ

ବୋହିବି ମୁଁ ସହଜରେ ॥


ଚିହ୍ନଟ କରିଛି ସିମେଣ୍ଟ ପଥର

ପାରିବି ମୁହିଁ ଯେ ଜାଣି

ବ୍ଯାଙ୍କ ଯାଉ ହେ ଚୁଲିମୁଣ୍ତକୁ ତାର

ମୋ ଧନ କେ ଦେଖିବନି ॥


ଅଧର୍ମ ବିତ୍ତକୁ ହାତେଇବା ହାତ 

ଦୁଇରୁ ଛଅ ହେଲାଣି

ମୋ ହାତ ଓଜନ ସହିନପାରଇ

କହୁଣୀ ଖସିଗଲାଣି ॥


ରଖିଦେଲେ ୟାକୁ ଅତି ଯତନରେ

ଦୁଃଖ ଆଉ ନ ଆସିବ

ହାରିଗଲେ ବି ମୁଁ ମୋରି ଆସନରେ

ବସି ଖାଈଲେ ଚଳିବ ॥



Rate this content
Log in