ଜୀବନ ଗୀତା- ୬୨
ଜୀବନ ଗୀତା- ୬୨
1 min
6.7K
ଜୀବନ ଗୀତା- ୬୨
ଜୀବନ ପଥରେ
ପଥଚାରୀଟିକୁ ପରିଚୟ ତା'ର
କେହି ପଚାରିଦିଅନ୍ତି ଯେବେ
ପୁରୁଣା ପ୍ରଶ୍ନର ଉତ୍ତର ନଦେଇ
ହସିଚାଲିଯାଏ ନିଜ ପଥେ ॥୦॥
ଏକାଏକା ପଥେ ଏକମୁହାଁ ସେ ଯେ
ଚାଲୁଥାଏ ଏକ ଲୟେ
କେବେ ଭିଜୁଥାଏ କେବେ ସିଝୁଥାଏ
ଭୁଲିଯାଏ ନିଜେ କିଏ
ନିଜକୁ ହଜାଇ ନିଜକୁ ଭୁଲାଇ
ପଥ ଚାଲିବାର ପରମ ଆନନ୍ଦ
ସେ ତ ପାଉଥାଏ ଅବିରତ ॥୧॥
ଝଡବର୍ଷା ରାତେ ନାହିଁ କେହି ସାଥେ
ତଥାପି ଲାଗେନା ଡର
ଜୀବନର ପଥେ ଦେଖିଅଛି କେତେ
ଛାଇଆଲୁଅର ଖେଳ
କେତେ ଖରାଛାଇ ଉଆଁସ ପୂନେଇଁ
ଅତିକ୍ରମ କରି ଅତୀତକୁ ଭୁଲି
ସେ ତ ଚାଲିଛି ଅମଡା ପଥେ ॥୨॥