ଜୀବନ ଗୀତା-୪୩୧
ଜୀବନ ଗୀତା-୪୩୧
1 min
322
ଜୀବନ ସାଗରେ ସଂପର୍କର ଢେଉ
ଉଠୁଥାଏ ପଡୁଥାଏ
ଆଜି ଯିଏ ବଂଧୁ କାଲିକି ସେ ଶତ୍ରୁ
ତାଲିକାରେ ଗଣାହୁଏ ॥୦॥
ବିଶ୍ୱାସର ମୂଳଦୁଆ
ଯାଏ ଯେବେ ଦୋହଲି
ସଂପର୍କ ତାସ୍ର ଘର
ପରି ପଡଇ ଗଳି
ତା ଦେହରେ ଯେତେ ଯୋଡାତାଳି ଦେଲେ
ଆଉତ ଯୋଡି ନହୁଏ ॥୧॥
ଆବେଗର ଯାଗା ଯେବେ
ନେଇଯାଏ ହିସାବ
ଡେରି ଲାଗେନାହିଁ ଶତ୍ରୁ
ପାଲଟଇ ବାଂଧବ
ସଂପର୍କତ ଭାସିଯାଏ ସତେଅବା
ସୁଅ ମୁହେଁ କୁଟା ଖିଏ ॥୨॥