ପରାସ୍ତ ସୈନିକ
ପରାସ୍ତ ସୈନିକ
1 min
468
ସ୍ବପ୍ନ ପାଇଁ ନାହିଁ ସ୍ଥାନ ଏ ଆଖିରେ
ଭରିଛି ଯେ ସେଠି ଲୁହ ହିଁ ଲୁହ
ପ୍ରେମ ପାଇଁ ସ୍ଥାନ ନାହିଁ ଏ ମନରେ
ଭରି ଉଠେ ଏଠି କାପାଇଁ କୋହ l
ହସର ପାଖୁଡା ଖେଳୁନି ଓଠରେ
ନାଁ କି ଛନ୍ଦ ଆଜି ମିଶୁନି ପାଦରେ
ଛାତିର ଆବେଗ ପଥ ଅଣ୍ଡାଳୁଛି
ବର୍ଷୀବ ଆଜି ତା ପ୍ରିୟର ଛାତିରେ l
ରାତି ଆସି ଫେରି ଗଲା ତା ରାସ୍ତାରେ
ଜହ୍ନ ଭି ଲୁଚିଲା ଆକାଶ ବୁକୁରେ
ତୁମକୁ ପାଇବାର ଏ ସ୍ବପ୍ନ ମୋହର
ଭାଙ୍ଗି ମିଶିଗଲା ଏ ଫଟା କପାଳେ l
ଜୀବନ ଓ ପ୍ରେମର ବିଚିତ୍ର ଯୁଧ୍ୟରେ
ପରାସ୍ତ ସୈନିକ ମୁଁ ନିଜକୁ ମଣେ
ତ୍ୟାଗୁଛି ଜୀବନ ଏ ଆଶାକୁ ନେଇ
ଆରଜନମେ ତୁମେ ମିଳିବ ମୋତେ l