ଚିନ୍ତା ଓ ଚେତନା
ଚିନ୍ତା ଓ ଚେତନା
1 min
6.8K
କାମିନୀ ସୁଖକୁ ସ୍ଵର୍ଗ ସୁଖ ଭାବି
ବିତିଗଲା ସବୁଦିନ
କାକର ସାଉଁଟି ଭାବିଲି ମୁକୁତା
ଥିଲା ମୋ' ମନର ଭ୍ରମ.....
କାହିଁ ଅଛ ସ୍ରଷ୍ଟା ଦିଅ ଥରେ ଦେଖା
ଆକୁଳିତ ମନପ୍ରାଣ
ଜୀବ ଯିବା ଆଗୁ ହେ ଚକାନୟନ
ଶ୍ରୀପୟରେ ଲାଗୁ ମନ....।