Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Inspirational

3  

Balabanta Sahu

Inspirational

ବୁଢ଼ା ବରଗଛ

ବୁଢ଼ା ବରଗଛ

1 min
6.9K


ଶିକ୍ଷିତ ଅଶିକ୍ଷିତ

କାହା ମନଡାଏରିରେ ନାହିଁ ତା' ପରିଚୟ

ସେ ପରା ମୋ ଗାଁ ମୁଣ୍ଡ ବରଗଛ ।


କେତେ....,ପିଢୀରୁ ଅଛି ଯେ..

ଗଉଁତିଆ ବୁଢା ପରି କେତେ କେତେ ଫେଲ୍ ମାରନ୍ତି

ହାତ ଆଙ୍ଗୁଠିରେ ଗଣିବାରେ....।


ଏତେ ବୁଢା ଯେ...

ତା' ବାଳ ଦାଢ଼ିଠୁ ମନ ହୃଦୟ ଯାଏ

ପାଚିସାରିଲାଣି ବୋଧେ ?

ପୁଣି ବଦଳିଗଲାଣି ତା' ରୁଚି ଆଉ ପସନ୍ଦ

ଏଇ ଡିଜିଟାଲ ଦୁନିଆର ସ୍ପର୍ଶ ପାଇ ।


ଖାସ୍ ସେଥିପାଇଁ ତ ଭୁଲିଗଲାଣି ଆଜି

ଗାଁ ମାଖୁନୁର ମୁହୁରୀ ସୁରକୁ

ନୂଆ ଢୁଲିଆର ଚାର ଚାଙ୍ଗକୁ

ପୁଣି ରାଧୁର ନିଶାନ୍ ମାଡ଼କୁ ।


ଛନ୍ ଘଡିକୁ ରୂପରଙ୍ଗ ବଦଳାଏ

ମୁଣ୍ତ ଉପର୍ ର ଚିରା ଆକାଶ

ଠିକ୍ ସେଇ ଭଳି ଏ ମଣିଷଜାତି

ଆଉ ଆମ ପରି ଏଇ ବୁଢା଼ଗଛ ବି !


ଗାଁ ମୁଣ୍ଡରେ ବରଯାତ୍ରୀ

ଆଗ ପଛରେ ଦ୍ଵିଅର୍ଥବୋଧ ଡିଜେ ସହ ରିମିକ୍ସ

ତା' ସାଥେ ଖୋଲା ଆକାଶ ତଳେ

ଉଛୁଳା ଭରାଯୌବନ ପ୍ରଦର୍ଶନୀ ମେଳା ।


ଏ ସବୁ ଦେଖି..ଶୁଣି...

ଫାଟିଯାଏ ବରଂ ହୃଦୟ ନଥିବା ଛାତିମାନେ

ହେଲେ ହଲଚଲ ହୁଏନି ଏଇ ମଣିଷ

ଆଉ ତା' ସାଥେ ସାଥେ ଏଇ ବୟସ୍କ ଗଛ ।

ଆଖିପତା ପଡୁନଥାଏ ଦୁହିଁଙ୍କ

ହସ ହସ ନିର୍ଲଜ ମୁହଁରେ...।


ସେପଟେ ନିଃସହାୟ ହୋଇ

ଶକେଇ ଶକେଇ କାନ୍ଦୁଥାନ୍ତି

ଭଙ୍ଗା କ୍ଲବଘରେ ପଡିରହିଥିବା

ଧୂଳି ଅଳନ୍ଧୁ ଚଦରପିନ୍ଧା ସଂସ୍କୃତିର ଭାଇମାନେ... ।


ହଁ...ସେଇ ମୁହୁରୀ , ସେଇ ତାଷା ;

ସେଇ ନିଶାନ୍ , ସେଇ ଝୁମକା

ପୁଣି ସେଇ ଅଧାହାତିଆ ଫଟା ବ୍ୟାଗଟା..

ଯେହ୍ନେ କେଡେ ସରାଗରେ ଭରା ହେଉଥିଲା

ସ୍ନେହ ପ୍ରେମର ମିଠେଇ ଲଡୁକୁ... ।



ବଲବନ୍ତ ସାହୁ....

ମୋ- 9078105234


Rate this content
Log in

Similar oriya poem from Inspirational