ଅବକାଶେ ଅବସାଦ
ଅବକାଶେ ଅବସାଦ
ଏ ମାନବ ଜୀବନ ହୁଅଇ ଦହନ
କାମନା ଅଗ୍ନିରେ ଜାଣ ;
ଦୁଃଖ ଜୀବନର ଚିର ସହଚର
ଏ ଭାଗ୍ୟ ବିଧାତାର ରାଣ !!!
ଅବକାଶେ ଯେବେ ଦିନ ମୋର ବିତେ
ଅବସାଦ ଦୁଃଖ ଦିଏ ;
ଭାବନାର ଏଇ ଦୁଃଖଦ ମୁହୂର୍ତ୍ତ
ମନକୁ ମୋ ମାରି ଦିଏ !!
ଏ ରମ୍ୟ ସୃଷ୍ଟିରେ ସୁଖ ଖେଳ ଖେଳେ
ଦୁଃଖକୁ ପାଥେୟ କରି ;
ନିରୀହ ମଣିଷ ଭାବନା ବିଶେଷ
ମୟା ଜାଲେ ଯାଏ ଫସି !!
କାମନା ସୁନ୍ଦରୀ ଯାତନା କବରୀ
ପ୍ରେମିକର ଭାଙ୍ଗେ ନିଦ ;
ପ୍ରେମିକ ବାପୁଡା ସତେ ପଥ ହୁଡ଼ା
ପାନ କରେ ଶେଯେ ମଦ୍ୟ !!
କପଟ କବାଟ ଖୋଲିବାଟା ପାପ
ମାୟାବିନୀ ଗୃହେ ପଶି ;
ପ୍ରେମର ଜହର ଉତ୍କଟ ବିପଦ
ଦିଏ ନାଗଫାଶ ଫେଶି !!
ସଂସାରର ସୁଖ ପ୍ରେମରେ ନିହିତ
ପବିତ୍ରତା ତା'ର ବ୍ରତ ;
ହେ ମାନବ ସମାଜ ମର୍ମ ଭେଦି ହେଜ
ପ୍ରେମର ବିଶେଷ ତତ୍ତ୍ୱ !!!
ଅପସରି ଯିବ ଦୁଃଖର ମୁହୂର୍ତ୍ତ
ମନକୁ ସରସ କଲେ ;
ବିକାର ଚିତ୍କାରର ନୁହେଁ ଶୁଭଙ୍କର
ବୟସର ପ୍ରେମ ମୂଲେ !!
!!!!!!!!!!!!!!!!!!!!!!!!!!!!!!!!!!!!!!!!!!
ସଦାନନ୍ଦ ସାହୁ ;
କାରା କର୍ମଚାରୀ ;
କେନ୍ଦ୍ରୀୟ କାରାଗାର ; କଟକ ; ଚୌଦ୍ୱାର