Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

ହେବି ତୋ ଦେହର ଛାଇ

ହେବି ତୋ ଦେହର ଛାଇ

1 min
2.5K



ଭଲ ପାଉଥିଲୁ କାଲି ତୁ ପ୍ରିୟାଲୋ

ଆଜି କରିଦେଲୁ ମନା

ଭାବିଲୁନି ଥରେ କେମିତି ବଞ୍ଚିବି

ପ୍ରିୟାଲୋ ମୁଁ ତୋ ବିନା

ମୋତେ ଭୁଲି ଯାଇ ଭାବିଛୁକି ପ୍ରିୟା

କା ସାଥେ ତୋଳିବୁ ଘର

ଆଉ କିଏ ତୋର ହେବ ଆପଣାର

ସାଜିବି ମୁଁ ସାତପର ।

ଏମିତି ଦାନୀ ଟେ ମୁଁ ଜମା ନୁହେଁ ଲୋ

ପ୍ରେମକୁ କରିବି ଦାନ

ତୋର ଖୁସି ପାଇଁ ପାରିବିନି ହୋଇ

ହରିଶ୍ଚନ୍ଦ୍ର ଦାନୀକର୍ଣ୍ଣ ।

ହୋଇପାରେ ଦିନେ ବିରହ ଜ୍ୱାଳାରେ

ଶରୀରଟା ମରିଯିବ

ହେଲେ ତୋ ପାଖରେ ସବୁ ସମୟରେ

ଆତ୍ମା ମୋର ରହିଥିବ ।

ମରିଗଲା ପରେ ମଶାଣି ଭୁଇଁରେ

ଦେହଟା ପାଉଁଶ ହେବ

ହେଲେ ସେ ପାଉଁଶ ସେହି ମଶାଣିରେ

ତୋ ପଥକୁ ଚାହିଁଥିବ ।

ମୋ ଆତ୍ମା ଘୁରିବ ତୋ ଆଗ ପଛରେ

ଛାଇଟେ ତୋହର ହୋଇ

ପରିବୁକି କହ ପାଖରୁ ତୋହର

ଛାଇକୁ କେବେ ଦୁରେଇ ।

******

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର।

ମୋ-୦୮୮୯୨୩୦୧୧୪୩


Rate this content
Log in