Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

3  

Parshuram Biswal

Others

ମୋ ଦେଶ କାମରେ ଲାଗୁ ସିଏ ପ୍ରଭୁ

ମୋ ଦେଶ କାମରେ ଲାଗୁ ସିଏ ପ୍ରଭୁ

1 min
13.5K


ମୋ ଦେଶ କାମରେ ଲାଗୁ ସିଏ ପ୍ରଭୁ

 

ପର୍ଶୁରାମ ବିଶ୍ୱାଳ

 

ପୁଅ ମୋର ହେଲା ବଡ଼ ବୈଜ୍ଞାନିକ, ଗଲା ଆମେରିକା ଦେଶ

ଯେତେ ବୁଝେଇଲି ବୁଝିଲା ନାହିଁ ସେ, ପାଚିଗଲା ମୋର କେଶ

ତୁ ତାକୁ ଫେରେଇ ନପାରିଲେ ଜଗା

ରହିବ ମୋ ଅବଶୋଶ ।

 

ମୋର ଦେଶେ ଆଜି ଉନ୍ନତ ମାନର ବହୁ ଚିଜ ହୁଏ ଲୋଡ଼ା

ନାହିଁ ବୋଲି ଅନ୍ୟ ଦେଶରୁ କିଣୁଚୁ, ଆମ ଟଙ୍କାଟି ଉଜୁଡ଼ା

ବୈଜ୍ଞାନିକ ଜ୍ଞାନକୌଶଳ ବୁଦ୍ଧିଟି

ରହିନାହିଁରେ ବିଶେଷ ।

 

ଶସ୍ତାରେ ସେ କିଣି ଆମ କଞ୍ଚାମାଲ ତାଙ୍କ କଳ କାରଖାନା

ଟଙ୍କା ଲୋଭ ଦେଇ ଆମ ପାଠୁଆଙ୍କୁ ଭଲ ବେପାର ଯୋଜନା

ବିକିବେ ସେ ଚିଜ, କିଣିବୁ ଚଢ଼ାରେ

ଇଏଟି ଆମ ଅଭ୍ୟାସ ।

 

ମୋ ପୁଅ ଭଳି କେତେ ସେ ପାଠୁଆ ପଇସା ଲୋଭରେ ପଡ଼ି

ସଜାଡୁଅଛନ୍ତି ତାଙ୍କ ଅର୍ଥନୀତି, ଆମର ଯାଏ ବିଗିଡ଼ି

ଭାବୁନାହାନ୍ତି ସେ ନିଜ ଦେଶ କଥା

ଦୁଃଖ ଲାଗୁଚି ଅବଶ୍ୟ ।

 

ଏ ବିଜ୍ଞ ପାଠୁଆ ପୁଅ ଯେବେ ଆମ ଦେଶରେ କରିବେ କାମ

ଉନ୍ନତ ମାନର କେତେ ଚିଜ ଆମେ କରିବୁରେ ଉତ୍ପାଦନ

ବିକିବୁ ସେ ଦେଶେ, ଯେ’ କରିଚି ଆମ

ମାନବ ସମ୍ବଳ ଧ୍ୱଂସ ।

 

ବୁଝେଇ ବୁଝେଇ କହ ଜଗନ୍ନାଥ ମୋ ପୁଅ ଆସୁରେ ଫେରି

ମୋ ଦେଶ କାମରେ ଲାଗୁ ସିଏ ପ୍ରଭୁ, ଭୁଲି ବିଦେଶ ଚାକିରି

ତେବେ ତୁ ଦେଖିବୁ ମମତାମୟୀ ମୋ

ଭାରତମାତାର ହସ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in