ଆକାଶ ଓ କୃଷ୍ଣଚୂଡାର ପ୍ରେମ
ଆକାଶ ଓ କୃଷ୍ଣଚୂଡାର ପ୍ରେମ
ଆକାଶର ଅଗଣାରେ
ତାରା ଓ ଚନ୍ଦ୍ର ବଗିଚାରେ
କୁଣିଆ ପାଇଁ ମନଟାରେ
କେତେକ ହଟ ସାମ୍ନାରେ
ବୁଲିବାରେ ନାହିଁ ରୋଷ
କିଛି ଯଦି ମାଗିବାରେ ଦୋଷ||
କୃଷ୍ଣଚୂଡ଼ାର ସବୁ ପାଖୁଡ଼ାରେ
ଭରୁଛି ମୋ ଅଧରରେ
ନାଲି ନାଲି ରଙ୍ଗ ଉଧାର ନେଇଛି
ନୀରବ ମନ ରଙ୍ଗ ଭରୁଛି
ଢଳୁଛି ଏକ ପାଖରେ
ପ୍ରେମରେ ନା ପୃଥିବୀର ଆକର୍ଷଣରେ||
ପୂର୍ଣ ଯୌବନରେ ଭରପୁର
ମଦାଲସି ଆଖି ଖୋଲେ ଫୁଲର,
ଆକାଶର ବର୍ଣ୍ଣ ଭିନ୍ନ ଭିନ୍ନ ଆକାର
କେଉଁଠି ନୀଳ ତ ଲାଲିମା ଲାଲର||
ଢଳିବାର ଢଙ୍ଗ ତାରି ମନର
ଆରପଟେ ବିଲକୁଲ ଓଲଟା ଜୀବନର
ଚାହାଣୀଟା ବିପରୀତ ଦିଗରେ
ନାରାଜ ମନରେ ପ୍ରଶ୍ନ ସୃଷ୍ଟି କରେ
ଯୌବନରେ ଲଦି ଯେ ହୋଇଛି
ବୋଧେ ଏକପାଖିଆ ଢଳି ଯାଉଛି||
ଭାରାକ୍ରାନ୍ତ ମନକୁ ହାଲକା ଫୁଲକାରେ
କହି ତ ପାରୁନି ଫୁଲେଇ ବାହାନାରେ
ଝଡୁଛି ଝୁରୁଛି କେତେ ଯେ ସପନରେ
କିଛି ଭରିଛି ମନ ଓ ଦିଗର ରୂପରେ ||