Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Abstract

2  

Prasanna Kumar Madala

Abstract

ଅବହେଳିତା

ଅବହେଳିତା

1 min
6.3K


ଅବହେଳିତା

ସନ୍ଦର୍ଭ ଲେଖିବାକୁ 

ଅନୁସନ୍ଧାନ କରିବାର ଅଛି 

ନାରୀତ୍ବ ତ ଭୂଲୁଣ୍ଠିତା, ନିର୍ଯାତିତା 

ଏଠି ଶାଗୁଣା ଶୃଗାଳ ପଞ୍ଝାରେ, 

ଅସୁରର ଆଣ୍ଟ ରାଜଦାଣ୍ଡ ପରେ 

ନିତି ହରଣ କରିଦିଏ ଇଜ୍ଜତ 

ଲେଖା ଭରିଦିଏ ସମ୍ବାଦପତ୍ରର । 

ହେଲେ ମାତୃତ୍ବ ବି ଆଜି 

ନିସାହାରା ଅବହେଳିତା, 

ସପ୍ତ ରୁଷିପତ୍ନୀ ନାହାନ୍ତି 

ଅରୁନ୍ଧତୀ କୃତ୍ତିକା ଆଦି ପୋଷଣ 

କରିବାକୁ ସ୍କନ୍ଦ କାର୍ତ୍ତିକଙ୍କୁ । 

ଜନକଙ୍କ ସମତପବଳୀ ବାଲ୍ମିକୀ 

ନାହାନ୍ତି ଏଠି ନିର୍ବାସିତା ସୀତା ପାଇଁ 

ଦାୟିତ୍ବ ଓ କର୍ତ୍ତବ୍ୟ ନିଷ୍ଠାରେ

ସୁଖପ୍ରସବର କୁଟୀର ଦେବାକୁ ।

ପଟାରିକ୍ସାରେ କି ପଥପ୍ରାନ୍ତରେ 

ବେଶୀ ହେଲେ 

ଡାକ୍ତରଖାନା ପିଣ୍ଢାରେ ଚଟାଣ ଉପରେ 

ନିଇତି ଏଠି ମାତୃତ୍ବ ଢଳିଯାଏ 

ବିନା ତତ୍ବାବଧାନରେ । 

ଝୁଣି ଖାଆନ୍ତି ଏଠି ମାତୃତ୍ବକୁ 

ପିଶାଚ ଆଣ୍ଠୁଆଗୋପାଳ । 

ଆହୁରି ଅନୁସନ୍ଧାନ କରିବାକୁ ହେବ 

କୁପୋଷଣର ଶିକାର 

ଅଭାଗିନୀ ମାତୃତ୍ବକୁ ଘରେ ଘରେ । 

 

କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା 


Rate this content
Log in

Similar oriya poem from Abstract