Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Minakshi Samal

Others

5.0  

Minakshi Samal

Others

ଆମେ ଭାରତୀୟ

ଆମେ ଭାରତୀୟ

1 min
95



ଆମେ ଜାଣୁନାହିଁ ହିନ୍ଦୁ ମୁସଲମାନ

ଶିଖ,ପାର୍ସୀ,ବୌଦ୍ଧ ଅବା ଖ୍ରୀଷ୍ଟିୟାନ

ଜନ୍ମମାଟି ଆମ ଭାରତ ମହାନ

ଯେ ରହେ ଏଠି ସେ ହୁଏ ଇଣ୍ଡିଆନ।


ସଭିଁଙ୍କ ଧମନୀରେ ବହେ ରକତ

ଲାଲ ରଙ୍ଗ ତା'ର ନୁହେଁ ସେ ତ ପୀତ

ହାଡ ମାଂସଧାରୀ ଆମେ ଯେ ମଣିଷ

ଆଘାତ ପାଇଲେ ପାଉ ଆମେ କ୍ଲେଶ।


କାଲି ହୋଇଥିବା କ୍ରିକେଟ ମ୍ୟାଚରେ

ଭାରତ,ଆଫଗାନିସ୍ତାନ ମଧ୍ୟରେ

ମହମ୍ମଦ ଶମୀ ସୁନାମ ଅର୍ଜିଲେ

ହ୍ୟାଟ୍ରିକ୍ କରିକି ଚମକାଇ ଦେଲେ।


ସାଉଥାମ୍ପଟନ ର ଷ୍ଟାଡିୟମରେ

ନିଜର କ୍ରୀଡା କଉଶଳ ବଳରେ

ଶମୀଙ୍କର ଶକ୍ତିଶାଳୀ ବୋଲିଂ ରେ

ଭାରତ ଜିତିଲା ଏଗାର ରନ୍ ରେ।


ଭାରତକୁ ଗଉରବ ଆଣିଦେଲେ

ନିଜର ନାମେ ଇତିହାସ ରଚିଲେ

ଭାରତୀୟ ଭାବେ ଗର୍ବିତ ହୋଇଲେ

ଆମମାନଙ୍କୁ ଗର୍ବିତ କରାଇଲେ।


ଜାତି,ଧର୍ମ,ବର୍ଣ୍ଣ ,ଭାଷାର ଉର୍ଦ୍ଧ୍ଵରେ

ଭାରତୀୟ ବୋଲି କହିବା ଗର୍ବରେ

ଜନ୍ମଭୂମିକୁ ବିଶ୍ବ ଦରବାରରେ

ଶ୍ରେଷ୍ଠ ଭାବେ ପ୍ରତିଷ୍ଠା ଆମେ ଦେବା ରେ।



Rate this content
Log in