Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରିୟ ଭୂମି

ପ୍ରିୟ ଭୂମି

1 min
7.2K


ଡକ୍ଟର ମାୟାଧର ମାନସିଂହ


ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେ

ବିସ୍ତୀର୍ଣ୍ଣ ପ୍ରକୃତି ଜହିଁ ଦିଗମ୍ବର ବେଶେ

ବୃକ୍ଷହୀନ- ହେମକାନ୍ତ-ସିକତା ବିସ୍ତାର

ମହୋଦଧି ତଟ-ପ୍ରାନ୍ତେ ।

ସିନ୍ଧୁ ସିକତାରେ

କ୍ରୀଡ଼ନ୍ତି ନିଶୀଥେ ତହିଁ ଜଳକନ୍ୟାଗଣ

କିଆକୁଞ୍ଜେ ଲୁଚକାଳି,

କୋମଳ ଚରଣ

ବୁଡ଼େନାହିଁ ବାଲୁକାରେ ।

ବର୍ଷାରମ୍ଭେ ତହିଁ

ପୁନ୍ନାଗ କୁଶୁମ ଗନ୍ଧ ପ୍ରାଣଦିଏ ଦହି

ବିରହୀ ତରୁଣଙ୍କର ।

କ୍ଷୁବ୍ଧ ପାରାବାର

ଢାଳେ ଚୁର୍ଣ୍ଣ-ମରି-ଚୁଡ଼ ଦୀର୍ଘ ଊର୍ମିବାର

ସେ ଭୂମିର ପଦତଳେ ,

ତା ଗୁରୁ ଗର୍ଜନ

ରଚେ ତହିଁ ଶାଶ୍ବତିକ ମୃଦଙ୍ଗ ଘୋଷଣ ।

ସେହି ଭୂମେ ମୋ କୁଟୀର, ସେ ଦେଶେ କୁରଙ୍ଗୀ

ଚାଲ ସଖି, ତୁମ୍ଭଠାରୁ ଶିଖିବେ ଭ୍ରୂଭଙ୍ଗୀ ।

ସମାପ୍ତ


Rate this content
Log in

Similar oriya poem from Classics