Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dilip Kumar Tripathy

Others

5.0  

Dilip Kumar Tripathy

Others

ପ୍ରେମାନଳ

ପ୍ରେମାନଳ

1 min
193



ହତାଶାର ଦୁଃଖରେ ହାରି ଯାଇଥିବା

ହୃଦୟର ହସ

ଅଚିହ୍ନା ରାସ୍ତାରେ ହଜିଥିବା

ବାଟୋଇର ଶୋଷ

ଅପେତଭରାର ଜୀବନ

ଆଉ କିଛି ଅବଶୋଷ ...

ଏଇତ ! ପ୍ରେମର ଅବଦାନ ।




ତୁମ ଓଢ଼ଣା ତଳର ଝଡି ବର୍ଷାରେ

ସୃଷ୍ଟି ହେଉଥିବା କୁତ୍ରିମ ଝର ,

ଟୋପିଟୋପି ବର୍ଷା ବୁନ୍ଦାରେ

ଅବ୍ୟବସ୍ଥିତ ଅଳତା ଗାର

ଲୋତକ ବନ୍ୟାରେ ରକ୍ତେଇ ଯାଇଥିବା

ରକ୍ତାଭ ଓଠର ଉଜୁଡା ତଟ ,

ଆସନ୍ନ ଆଗନ୍ତୁକର ଉପସ୍ଥିତିରେ ଉପେକ୍ଷିତ

ଲୋତରା ସ୍ମୃତିର ବତୁରା ମଲାଟ

ଏଇତ, ପ୍ରେମର ଅବଶିଷ୍ଟ !




ଅଲଖେଣା ଅର୍ଥହୀନ ବୟସରେ

ନିଦାଘର ଟିପଚିହ୍ନ ,

ଉଛିଷ୍ଟ ଯୌବନର ଗୁମୁରା କାନ୍ଦଣା

ସାତସିଆଁ ମନପାଇଁ ଆଠମାଣ

ଲୁହର ସାନ୍ତ୍ବନା ,

ଖୁସିଦବା ର ଅନ୍ବେଷଣେ

ଲହୁଲୁହାଣ ହୋଇ ଧାଉଁଥିବା

ଧର୍ଷିତ ଧମନୀର ଧର୍ଯ୍ୟର ବେଦନା

ଏଇତ, ପ୍ରେମର ଗରିମା !




ଅଭିମାନର ଚାଦର ଘୋଡେଇ

ଦୁନିଆକୁ ପଛକରି

ନିଘୋଡ଼ ନିଦରେ ଶୋଇବା

ଅବା, ଦାନ୍ତ କାମୁଡି ରକ୍ତଚାଉଳ ଚୋବେଇ

ବର୍ଦ୍ଧିତ ବାର୍ଦ୍ଧକ୍ୟ ର ବିଷ ପାନ କରିବା

ଅଥବା , ବିଜ୍ଞାପନ ଟିଏ ଦବା

ରଙ୍ଗ : ଲାଲ

କେଶ : ଧୂସର

ଓଠ : ପେଜୁଆ

ହାତରେ ପ୍ରତାରଣାର କଟା ଚିହ୍ନ

ଜଣାଇବାକୁ ଅନୁରୋଧ ,

ଯଦି କାହାକୁ ଜଣା

ମୋ ହଜିଥିବା ହୃଦୟର ଠିକଣା

ଏଇ କ’ଣ ପ୍ରେମର

ପାରିଲା ପଣିଆର ପାଉଣା ?



Rate this content
Log in