ମୋ ମା'
ମୋ ମା'
ତୁମ ପାଇଁ ଆଜି ଦେଖୁଛି ଦୁନିଆ
ତୁମେ ମୋର ସବୁ କିଛି
ତୁମ ପାଇଁ ଆଜି କହୁଅଛି କଥା
ତୁମେ ମୋର ହସ ଖୁସି ।
ଝୁଣ୍ଟି ପଡୁଥିଲେ ଟେକି ଧରୁଥିଲ
କୋଳରେ ଜାବୁଡି ଧରି
ତୁମ ହାତ ଧରି ଚାଲିବା ଶିଖାଇ
ହସ ଦେଲ ମନେ ଭରି ।
ତୁମ ସ୍ନେହ ଶ୍ରଦ୍ଧା ଅଭୁଲା ସ୍ମୃତି ମୋ
ପାରେ ନାହିଁ ମୁହିଁ ଭୁଲି
ତୁମରି ଆଶିଷ ହୋଇଅଛି ବଡ଼
ହସୁଛି ମୁଁ ମନ ଖୋଲି ।
ତୁମେ ମୋର ମାତା ତୁମେ ମୋର ପିତା
ତୁମେ ମୋ ପ୍ରଥମ ସାଥି
ତୁମେ ସବୁବେଳେ ପାଖେ ପାଖେ ଥିଲେ
ମୋତେ ଲାଗେ ଭାରି ଶାନ୍ତି ।