Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୧୮୫

ଜୀବନ ଗୀତା-୧୮୫

1 min
12.7K


 

ଜୀବନ କେବେ ଅତି ଲୋଭନୀୟ
କେବେପୁଣି ଅବାଞ୍ଛିତ
ସ୍ତୁତି ପ୍ରଶଂସାରେ ଉଜ୍ଜଳମୟ
କେବେପୁଣି ସେ ଲାଞ୍ଛିତ ॥୦॥

ଜୀବନର ଭାବ ଜୀବନ ଅଭାବ
ସବୁତ ଅନୁଭବ
ଜୀବନରେ ସୁଖ ଜୀବନରେ ଦୁଃଖ
ରହିଛି ରହିଥିବ
ଜୀବନ କେବେ ଅତି ଆପଣାର
କେବେପୁଣି ସେ ବଞ୍ଚିତ ॥୧॥

ଜୀବନର ସତ୍ୟ ଜୀବନ ଅସତ୍ୟ
ମୁଦ୍ରାର ଦୁଇପାଖ
ଜୀବନ ଅପୂର୍ଣ୍ଣ ଜୀବନ ସଂପୂର୍ଣ୍ଣ
ଦୁଇଟି ରୂପରେଖ
ଜୀବନ କେବେ ପାଏ ଅନାଦର
କେବେପୁଣି ସେ ଇଚ୍ଛିତ ॥୨॥


Rate this content
Log in