Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ବଡ଼ଲୋକପଣିଆରେ ଓଡ଼ିଶାସାରା

ବଡ଼ଲୋକପଣିଆରେ ଓଡ଼ିଶାସାରା

1 min
6.8K


ବଡ଼ଲୋକପଣିଆରେ ଓଡ଼ିଶାସାରା

 

ପର୍ଶୁରାମ ବିଶ୍ୱାଳ

 

       ବଡ଼ଲୋକପଣିଆରେ ଓଡ଼ିଶାସାରା,

       ଭାସୁଚିରେ ଜଗା ନାହିଁ କୂଳକିନାରା,

ଚୁଲି ନାହିଁ, ଚାଳ ନାହିଁ           ଘରେ ବି ଚାଉଳ ନାହିଁ,

       ଆଡ଼ମ୍ବରଭାବ ଏଠି ରାଜୁତି ପରା ।

 

       ଦେଖୁଚୁ ତ ଆମ ହାତପାଇଟି ଘୃଣା,

       କାମ ନକରି ଖୋଜୁଚୁ ଆମେ ପାଉଣା,

       ଚାକିରି ଖୋଜି ଆମର ଯାଉଚି ବେଳ,

       ପାଠ ପଢ଼ିଚୁ ଧରିବୁ ନାହିଁ ତ ହଳ,

ବୁଝେଇଦେଏ ଠାକୁର            ଅବୁଝା ପୁଅକୁ ତୋର,

       କାମ ନକଲେ ବହିବ ଲୁହ ଅସରା ।

 

       ଦୁର୍ଗାପୂଜା, ଲକ୍ଷ୍ମୀପୂଜା, ଗଣେଶ ମେଢ଼,

       ଆଡ଼ମ୍ବରେ ହେବ, ଲୋକ ହୋଇବେ ଭିଡ଼,

       ବାହାଘର ଭୋଜିଭାତ, ବାପ ଏଗାର,

       ଭଲରେ ନହେଲେ ରହିବନି ଖାତିର,

ଏଣେ ପଛେ ତେଲଲୁଣ         ପାଇଁକି କରଜ ଆଣ,

       ବରବାଦିଆ ଚଳଣିଟି ଆମ ଆଶରା ।

 

       ବୁଝେଇ କୁହ ହେ ପ୍ରଭୁ ଆମ ସର୍କାର,

       ଆଇନ ବଳରେ ଭାଙ୍ଗୁ ଏ ଆଡ଼ମ୍ବର,

       ଚଳଣିରୁ ମୁକୁଳିଲେ ଓଡ଼ିଆ ଭାଇ,

       ଗରିବ ରାଇଜ କେହି କହିବେ ନାହିଁ,

ହସିବେ ମୂଲିଆ ଚଷା            ହସିବ ଆମ ଓଡ଼ିଶା,

       ସ୍ୱାଭିମାନୀ ହବ ଏଇ ଜାତିଟା ପରା ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in