ମୁଁ ତୁମ ଶରଣ
ମୁଁ ତୁମ ଶରଣ
ମୁଁ ତୁମ୍ଭ ଶରଣ କରନି ବାରଣ
ଶରଣ ରକ୍ଷକ ଆହେ
ଶରଣାଗତକୁ ଶରଣ ନଦେଲେ
ଶରଣ କି ରକ୍ଷା ହୁଏ
ଡାକି ଡାକି ଡାକି କଣ୍ଠ ଯାଏ ଫାଟି
ହେବିକି ମୁକର କହ
ନୟନରୁ ବାରି ସରି ତ ଗଲାଣି
ଲହୁ କି ହୋଇବ ଲୁହ
କିପରି ବୋଲାଅ ଜଗତର ନାଥ
ବାଜୁଛି ଡିଣ୍ଡିମ ବାଜା
ଉଠାଉ ଅଛହେ କିରତୀର ବାନା
କିରତୀର ନାମେ ଧ୍ଵଜା
ମୁଁ ତୁମ୍ଭ ଆଶ୍ରିତ ତୁମ୍ଭ ଠାରେ ଚିତ୍ତ
ତୁମ ଠାରେ ମୋର ତୋଷ
ଆଶ୍ରିତ ଜନରେ ଏପରି କରିଲେ
ଆସିଯିବ ନଇରାଶ୍ୟ
ତୋର ଶା ଚରଣେ ବନ୍ଧା ଯେଣୁ ମୁହିଁ
ଡାକୁଥିବି ଆଦରରେ
ଆକ୍ରୋଶେ ଆଦର ହେଲେବି ଆକ୍ଷେପ
ହେଉଥିବି ହରେ ହରେ
ଡାକୁଥିବି ଡାକ ନଶୁଣିଲେ ନାହିଁ
ଦେଉଥିବି ନଇବେଦ୍ୟ
ନଇବେଦ୍ୟ ରୁପ ହୃଦୟର ବାଦ
ଦେଉଥିବ ଘୋର ନାଦ
ଦୀନବନ୍ଧୁ ହୋଇ ନଶୁଣ କିପରି
ହେଲା କିବା ଆଳ ହରି
ଅନାଥର ନାଥ ନାମ ତ ବୋହୁଛ
ଦୀନ ଦୁଃଖ ଦଇତାରୀ
ପ୍ରଶାନ୍ତ କୁମାର ହୋତା