Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance

4.3  

ପ୍ରଶାନ୍ତ କୁମାର ବେହେରା

Romance

କେବଳ ମୋର

କେବଳ ମୋର

1 min
251


ମୁଁ ତମକୁ ଦେଖେ 

ଜହ୍ନର ମନୋମୁଗ୍ଧକର 

ଖିଲିଖିଲି ହସରେ

ଗଭୀର ସମୁଦ୍ରର ଫୁଙ୍ଗୁଳା ଛାତିର

ନିସ୍ତବ୍ଧ ନୀରବତାରେ

ରାତ୍ରିର ପାହାନ୍ତିଆ ପ୍ରହରର 

ଗାଢ ନିଦ୍ରାର ସପନରେ l


ଆଉ ବି ଦେଖେ 

ଝରା ଶ୍ରାବଣର

ଝିପିଝିପି ବର୍ଷାରେ

ଦୂର ଆକାଶରେ ଫୁଟିଥିବା 

ସେଇ ଇନ୍ଦ୍ରଧନୁର

ରଙ୍ଗିନ୍ ଓଢଣୀ ଭିତରେ 

ଉଦିତ ସୂର୍ଯ୍ୟଙ୍କର କଅଁଳିଆ 

ବିକଶିତ ଲାଲ୍ ଲାଲ୍ ଆଭାରେ l


ଏମିତି ଭିତରେ 

ତମକୁ ଜଡିତ କରି

ଅତୀତର ସ୍ମୁତି ସବୁ

ସତେଜ ହୋଇ ନାଚିଉଠେ

 ମନ ଆଇନାରେ l


ତମର ମିଛ ମିଛ ରାଗ

ଢେର୍ ସାରା ଅଭିମାନ

ତମ ଓଠର ସେହି 

ଅମୃତବୋଳା ହସ ଆଉ

ଆତ୍ମୀୟତାରେ ଭର୍ ପୁର୍ ସେଇ

ମାଦକ ଭରା ଚାହାଣି l


ତମ ଦେହର ମତୁଆଲା ବାସ୍ନା

ପ୍ରୀତିଭରା ମିଠା ମିଠା କଥା

ଓଠର ତତଲା ସ୍ପର୍ଶ 

ପ୍ରଖର ନିଶ୍ୱାସ ସହ

ଆଲିଙ୍ଗନର ଅପୂର୍ବ ଶିହରଣରେ 

ଭର୍ ପୁର୍ ସେଇ

ମିଳନର ଅନ୍ତିମ ମୁହୂର୍ତ୍ତ l


ଏବେ ତ ସ୍ପଷ୍ଟ 

ମାୟାବିନୀ ପ୍ରେମିକା ତମେ

ମିଥ୍ୟା ପ୍ରତିଶ୍ରୁତିର ବୁଢିଆଣୀ ଜାଲରେ

ବାନ୍ଧି ପ୍ରଣୟର ଡୋରି

ନେଇଥିଲ ମୋତେ ଟାଣି

ପ୍ରେମର ସେଇ କୁହୁକ ନଗରୀ l


ସେଇଠି ହରାଇ ଦେଇଛି ନିଜର

ସମସ୍ତ ମାନବୀୟ ସତ୍ତା

ଏବେ ଦିଗହରା କ୍ଲାନ୍ତ ପ୍ରେମିକ ମୁଁ

ଆତ୍ମା ମୋର କରେ ହାହାକାର l


ତଥାପି ମନରେ ଉଠୁଛି ପ୍ରଶ୍ନ

ତମେ ତ ମୋର

ହଁ ହଁ କେବଳ ମୋର

ଆଉ କାହାର ହେବ କେମିତି କୁହତ ?


Rate this content
Log in

Similar oriya poem from Romance