Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Writer Roja Panda

Romance

3  

Writer Roja Panda

Romance

ତୁ ମୋର

ତୁ ମୋର

1 min
379



ତୁ ମୋର ଜୀଇଁ ବାର ନୂଆ ବାହାନା

ତତେ ଛାଡି ମୁହୂର୍ତ୍ତେ ମୁଁ ରହିପାରେନା

ତୁ ହେଇଯା ମୋ ଠିକଣା

ଦେଇଦେବି ତତେ ତୋର ପ୍ରେମ ପାଉଣା ।।

ତୁ ମୋର ସକାଳର ସୁନେଲି ଖରା

ରହିଥିବୁ ସାଜି ମୋର ଆଖିର ତାରା

ତୁ ଦେ ଟିକେ ଇଶାରା

ବୋଳି ଦେବି ପ୍ରେମ ତୋର ହୃଦୟ ସାରା ।।

ତୁ ମୋର ମନ ତଳ ଧକ୍ ଧକ୍ ସ୍ପନ୍ଦନ

ପାଇବାକୁ ଚାହେଁ ତୋର ନିରୀହ ମନ

ପୁରା କରିଦେ ମୋ ସପନ

ଦେଇଦେବି ତତେ ମୋର ଏଇ ଜୀବନ ।।

ତୁ ମୋର କଥା କୁହା ଟିକି ଚଢ଼େଇ

ଶୁଣୁଥିବି କଥା ତୋର ପାଖରେ ରହି

ତୁ ଦେ ହାତ ବଢ଼େଇ

ଡେଇଁ ଯିବି ନିଆଁକୁ ମୁଁ ତୋହରି ପାଇଁ ।।

ତୁ ମୋର ସାତ ଜନ୍ମ ଅଭୁଲା ସାଥି

ଗାଉଥିବା ଦୁହେଁ ମିଶି ଜୀବନ ଗିତି

ତୁ ସାଜିଯା ମୋ ସାରଥୀ

ଚାଲୁଥିବା ଆଜୀବନ ଢାଳି ପିରତି ।।



Rate this content
Log in