ପିଲାଦିନ
ପିଲାଦିନ
1 min
6.9K
ଇଚ୍ଛା ହୁଏ ଆଜି ପିଲାଟିଏ ହୋଇ,
ସାଙ୍ଗରେ ବସ୍ତାନି ଧରି
ପୁଣି ଯାଆନ୍ତି ମୁଁ ପାଠ ପଢିବାକୁ,
କାଇଁ କେତେ ମଜା କରି ||
ମନେପଡେ ଭାରି ମୋ ପିଲା ଦିନ,
ସାଙ୍ଗସାଥୀ ମେଳେ ଖେଳ
ମନେପଡେ ସବୁ ମାନ ଅଭିମାନ,
ରାଗ ରୁଷାର ସେ ବେଳ ||
ଛନ୍ଦ କି କପଟ ମନରେ ନଥିଲା,
ନଥିଲା ଭୟ କି କ୍ରୋଧ
ଭାରି ଭଲ ଥିଲା ମୋ ପିଲାବେଳ,
ହୁଏ ଆଜି ହୃଦବୋଧ ||
ବିତି ଯାଇଥିବା ପ୍ରତିଟି ମୁହୂର୍ତ୍ତ,
ମନେପଡେ ଯେତେବେଳେ
ଅଧର ଭିଜଇ ଅଜାଣତେ କାଇଁ,
ଧାର ଧାର ଅଶ୍ରୁ ଜଳେ ||