Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children Inspirational

ନିଦ ରାଇଜୁ

ନିଦ ରାଇଜୁ

1 min
6.7K


ନିଦ ରାଇଜୁ ନିଦ ଭାଂଗି ଦେଇ ,

ଉଠୁ ମୋ ଧନ ରେ ।

ତାରା ମାଉସୀ ଡାକିଲେଣି ପରା ,

ବୁଲେଇ ନେବ ରେ ।।(୧)

ମିଛି ମିଛିକା ବୋହୂ ଚୋରି ଆଉ ,

ଖେଳିବେ ଲୁଚକାଳି ।

ବରଓହଳ ଶକତ ଡାଳେ ,

ଝୁଲାଇ ଦେବେ ଦୋଳି ।।(୨)

ସର ଲହୁଣୀ ଖିରି ଖେଚୁଡ଼ି ,

ଖୁଆଇ ଦେବେ ମାମୁଁ ।

ମାଇଁ ଛାଣିବେ ବୁଟ ପକୁଡି ,

ମଜାରେ ରୁମଝୁମୁ ।।(୩)

ବଉଳ ପେନ୍ଥା ହସି କହିବ ,

ଆସ ଲୋ ସଖୀ ଆସ ।

ଏତେ ଦିନ ରେ ଆସିଛି ମିତ ,

ପିଆଅ ଆଖୁ ରସ ।।(୪)

ଟିପି ଟିପିକା ପରଜା ପତି ,

ସାଧବବୋହୁ ମେଳ ।

ପରୀ ରାଇଜ କାଉଁରୀ ଛଡି ,

ଦେଵ ରେ କରତାଳ ।।(୫)

ପାଟପତନୀ ପିନ୍ଧାଇ ଅଜା ,

କରୁଥିବେ ଯେ ଗେଲ ।

ପାଟିରେ ପାନ ଜକାଇ ଆଈ ,

ଶୁଣାଏ ଗପ ଭଲ ।।(୬)


Rate this content
Log in

Similar oriya poem from Children