ସୁନ୍ଦର ମୋ ଓଡ଼ିଆ ଭୂଇଁ
ସୁନ୍ଦର ମୋ ଓଡ଼ିଆ ଭୂଇଁ
1 min
7.0K
ସୁନ୍ଦର ମୋ ଓଡ଼ିଆ ଭୂଇଁ,
ଚାହିଁଦେଲେତ ମନ ଭରଇ।
ନଈ, ନାଳ ତା’ ସବୁଜ ବନ,
ଓଡ଼ିଶାବାସୀଙ୍କ ହରଇ ମନ।
କେତେ ବୀରପୁତ୍ର ଜନମ ହୋଇ
ଗଳେଣି ଗୌରବ ବାନା ଉଡ଼ାଇ।
ସବୁବୀରଙ୍କୁକୋଳେ ସାଇତି,
ଓଡ଼ିଆ ଭୂଇଁ ଫୁଲାଏ ଛାତି।
ଓଡ଼ିଆ ଭୂଇଁ ମୋ କେଡ଼େ ସୁନ୍ଦର
ତା’ ପାଦେ ମୋର କୋଟିଜୁହାର!