Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Chandra Mohanty

Romance

2  

Sarat Chandra Mohanty

Romance

ସେଦିନ ବରଷା

ସେଦିନ ବରଷା

1 min
6.4K


ସେଦିନ ବରଷା

 

ଶରତ ଚନ୍ଦ୍ର ମହାନ୍ତି

 

ପ୍ରଥମ ଦେଖାରେ ଭିଜିଥିଲେ ଆମେ ଝିପିଝିପି ବରଷାରେ

ତୁମେ କହୁଥିଲ ଚୁପିଚୁପି କଥା, ଶୁଣୁଥିଲି ନୀରବରେ

       ପାଖେଇ ଆସିଲା ଘର,

ଯିବା ପାଇଁ ତମେ କେଜାଣି କାହିଁକି ହେଲ ଭାରି ତରବର । ୧ ।

 

କରିପାରିଲିନି ମନା ମୁଁ ତୁମକୁ, ଖନି ମାରିଗଲା ପାଟି

ମୋ ପରିକା ଗୋଟେ ଡରକୁଳା ଲୋକ ଦେଖିନଥିବ କେଉଁଠି

       ଏଯାଏ ପାରୁନି ଜାଣି,

ସତ କହୁଛି ମୁଁ, ମନକୁ ମୋହର ତୁମେ ତ ନେଇଛ ଟାଣି ।୨ ।

 

ଖାଇଲେ ବସିଲେ ଶୋଇଲେ ଯେଉଁଠି ନାଚିଉଠେ ତୁମ ମୁହଁ

ଅଜାଣତେ ମୋର ଲହଡ଼ି ମାରଇ ଆଖିରେ ଆଖିଏ ଲୁହ

       ବୋଲ ମୋର ମାନେନାହିଁ,

ଝୁରି ଝୁରି ନିତି କଣ୍ଟା ହୋଇଲିଣି, କେବଳ ତୁମରି ପାଇଁ । ୩ ।

 

ସେଦିନ ବରଷା ଆଉଥରେ କ’ଣ ବରଷିବନାହିଁ ଏଠି

ଏ ଜୀବନେ କ’ଣ ତୁମକୁ ମୁଁ ଥରେ ପାରିବିନି ଆଉ ଭେଟି

       ଯଦି ମୋ ଭାଗ୍ୟରେ ଥାଏ,

ବୋହୂ ବେଶ ସାଜି ତୁମେ ତ ଆସିବ ମୋ ଘରକୁ ଛାଏଁଛାଏଁ । ୪ ।

 

ମୋ ମନ ଯମୁନା କଦମ୍ବ ବନରେ ଜମିଯିବ ଭାରି ଭିଡ଼

କୁଆଡ଼େ ନଯାଇ ସେଇଠି ତ ଆମେ ରଚିବା ଗୋଟାଏ ନୀଡ଼

       ଜୀବନ ସଂଗୀତ ଗାଇ,

ବଇଁଶିର ସୁରେ ବେପଥୁ ରାଗିଣୀ ବାଜୁଥିବ ରହିରହି । ୫ ।

 

ଆଗୋ ମାନମୟୀ ମୋ ରାଈ କିଶୋରୀ ଭାଙ୍ଗିବାକୁ ତୁମ ମାନ

ସାଇତି ରଖିଛି ତୁମ ପାଇଁ ଗୋଟେ ପ୍ରୀତି ମସଲାରେ ପାନ

       ଦେବ ଯଦି ତାକୁ ଖାଇ,

ମନ କରିବନି କେବେହେଲେ ତୁମେ ମୋତେ ଛାଡ଼ି ଯିବା ପାଇଁ । ୬ ।

 

କନ୍ତିଲୋ, ନୟାହାଟ, ପୁରୀ

ଫୋନ୍-୯୪୩୯୫୦୩୫୮୮

******


Rate this content
Log in

More oriya poem from Sarat Chandra Mohanty

Similar oriya poem from Romance