ପ୍ରତିବିମ୍ବ
ପ୍ରତିବିମ୍ବ
1 min
6.6K
ପହଞ୍ଚିବା ପୂର୍ବରୁ
ଫୁଟି ସାରିଥିଲା ଫୁଲ
ଦୁଇ ବୁନ୍ଦା ମୋତି ହେଇ ଆଖିରେ…
ଫେରୁଥିଲା ଗାଲର ଲାଲିମା
ପଶ୍ଚିମା ଆକାଶରେ ।
ସାବିତ୍ରୀ ଓ ସତ୍ୟବାନ୍
କେବଳ ପୁରାଣ ଆଉ ପୋଥିରେ,
ପ୍ରେମ ତ ଆଜି ବି ମହାଙ୍ଗା
ପ୍ରତିଟି ସ୍ଵାମୀ ସ୍ତ୍ରୀ ସଂପର୍କରେ ।
ମନ କମ୍ ବୁଝନ୍ତି
ବୁଝାନ୍ତି ଆବଶ୍ୟକତା ବେଶୀ
ସପନ ବେଶୀ ଦେଖନ୍ତି
ପ୍ରେମରେ ବିଲକୁଲ୍ କଷି
ଓଷା କିନ୍ତୁ ସଭିଏଁ କରନ୍ତି
ଅତୀତର ଗୋଟେ ପ୍ରତିବିମ୍ବରେ ।