Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Tragedy Romance

3  

Raja Sekhar CH V

Tragedy Romance

ପାରିଜାତ

ପାରିଜାତ

1 min
343



ତୁମେ ହୋଇଛ ସର୍ବାଙ୍ଗସୁନ୍ଦର ପାରିଜାତ,

ଦେଖିକି ତୁମକୁ ଯୌବନ ହେଲା ନବଜାତ,

ଅନୁରାଗ ପାଇଁ କରିଲ ମୋତେ ଅଭିଜାତ,

ଏହି ଭାବନା ପ୍ରତିଦିନ ହୋଉଛି ପୁନର୍ଜାତ |୧|


ପ୍ରେମ ପ୍ରତି ମୁଁ ଥିଲି ଅନଭିଜ୍ଞ ଅଜ୍ଞାତ,

ତୁମ ଦ୍ୱାରା ପ୍ରଣୟ ହେଲା ଅଭିଜ୍ଞାତ,

କେମିତି କରିବି ଏ କଥା ତୁମକୁ ଜ୍ଞାତ,

ପ୍ରେମାସକ୍ତ ହୋଇ ପାଇଛି ମୁଁ ଆଘାତ |୨|


ତୁମେ କରିଲ ଜୀବନ ରେ ନବାଗତ,

ତୁମେ ଆଣିଲ ଜୀବନ ରେ ସୁପ୍ରଭାତ,

ତୁମେ କରିଲ ମୋତେ ଯେ ମୋହିତ,

ତୁମେ କରିଲ ମୋ ହୃଦୟ କୁ ଆହତ |୩|


ମୋର ପ୍ରଣୟ ଯେ ପରମ ପୁନୀତ,

ତୁମ ପ୍ରେମ ଯେ ପାରିଜାତ ପ୍ରତୀତ,

ପରସ୍ପରଙ୍କ ମାନସକୁ କରିବା ଅର୍ପିତ,

ଆମ ପ୍ରୀତିକୁ କରିବା ଅଭୁଲା ଅତୀତ|୪|


Rate this content
Log in