Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

କୁନ୍ଦୁଲି ଝିଅ

କୁନ୍ଦୁଲି ଝିଅ

1 min
7.1K


ଶ୍ରୀହରି ଧଳ


ଯାଉଛି ବୋଉ

ଅଧା ଖୋଲା ବହି ପୃଷ୍ଠାରେ

ଗୁଞ୍ଜିଦେଇ ଯାଉଛି ,

ଖଣ୍ଡେ ମୟୂରପୁଚ୍ଛ

ଯାଉଛି

ଉଜ୍ଜ୍ଵଳ ବିଶ୍ଵାସ ଟର୍ଚ୍ଚ ଧରି ,

ମାଛିଅନ୍ଧାର ବେଳକୁ

ତୋ’ ଆଖିରେ ପୁଣି

ମିଶେଇବି ଆଖି ,

ଚିତ୍ର କରି ଆଣିବି

ବଣ ବାଟରେ ଭେଟିଥିବା-

ବାଘ ।

ଏବେ ତ ବାଘ

ମଣିଷ ହୋଇ

ଦି’ ଗୋଡ଼ରେ ଚାଲିବା

ଆରମ୍ଭ କଲେଣି....

ବାଘର ଭୋକ ଏତେ ବେଶି ଯେ ,

ମୋ’ ଡ୍ରଇଂଖାତାର ଚିତ୍ର ପରି

ସ୍ଵପ୍ନ ଢୋକିଦେଲା ବାଟରେ ।

ଆଉ କ’ଣ ବାକି ଥିଲା

ଦେହସାରା ପାପ ଗନ୍ଧ ,

ମନ ଖଣ୍ଡେ ଭଙ୍ଗା ଅଇନା ।

ଉପରକୁ ଲାଞ୍ଛନା ପର୍ବକୁ

ଟେକିଦେଲା ବେଳକୁ

ଦି’ ଖାତ

ଇଶ୍ଵରଙ୍କ ଆଖିରେ

ଜଳୁଥିଲା ଭୋକ ।

ସଭାରେ ତ ସମସ୍ତେ କୌରବ ।

ଭରସା ବୋଲି

ଥିଲା ପାଳଦଉଡି ,

ଥିଲା ପଳାୟନର

ଶେଷ ବାଟ ।


Rate this content
Log in