Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Inspirational

3.0  

Bikesh Sahu

Inspirational

ଏ ତ ବିଚିତ୍ର ଦୁନିଆ

ଏ ତ ବିଚିତ୍ର ଦୁନିଆ

1 min
6.9K


ମିଛ କୁହୁଡ଼ିରେ ସତ ଯାଏ ଲୁଚି

ମିଛ ପାଇଁ ଏଠି ହୁଏ ସବୁକିଛି

ସତ ପାଇଁ ଲୋଡ଼ା ସାଖି

ମିଛ ପାଇଁ ଏଠି ଶୁଭେ ବାଃ ବାଃ

ସତ ପାଇଁ ମିଳେ ଫାଶୀ

ଏ ତ ବିଚିତ୍ର ଦୁନିଆ

ଆଖି ଲୁହ ମରେ ଆଖି ।।

ଜ୍ଞାନୀ ଗୁଣି ମାନେ ଏଇଠି ଭିକାରି

ଆଜ୍ଞାନୀ ଚଢ଼େରେ ହାତୀ

ଜ୍ଞାନୀକୁ ମିଳେନି ରୁଟି

ଅର୍ଥବଳ ଏଠି ସାଜେ ଶ୍ରେଷ୍ଟବଳ

ତୁଚ୍ଛା ଆଉ ସବୁକିଛି

ଏ ତ ବିଚିତ୍ର ଦୁନିଆ

ଗଧ ମୁଣ୍ଡରେ ପାଗଡି ।।

ଏଠି ବସି ଅଛି ବଗ ଧାର୍ମିକ ବେଶରେ

ଧରମର ମୁଖା ପିନ୍ଧି

ମିଛେ ରାମ ରାମ କହି

ଭିତରେ ଭିତରେ କରେରେ ଶୋଷଣ

ମାନବିକତାକୁ ଭୁଲି

ଏ ତ ବିଚିତ୍ର ଦୁନିଆ

ଚୋର ହାତେ ଚାବିକାଠି ।।

ଟଙ୍କା ସାଜେ ଆଜି ଏଠି ସବୁକିଛି

ଟଙ୍କା ନ ଥିଲେ ହୁଏ ନାହିଁ କିଛି

ଟଙ୍କା ପାଇଁ ରାଜନୀତି

ତେଲିଆ ମୁଣ୍ଡରେ ଢଲାହୁଏ ତେଲ

ନିରକ୍ଷର ହୁଏ ମନ୍ତ୍ରୀ

ଏ ତ ବିଚିତ୍ର ଦୁନିଆ

ବିଷପିଇ ମରେ ଚାଷୀ ।।

ଅଣ୍ଟି ଛୁରୀ ପରା କାଟେ ଏଠି ତଣ୍ଟି

ସମ୍ପର୍କ ନାଆଁରେ ସ୍ୱାର୍ଥର କୁହୁଡି

ଶୁଣିଲେ ଲାଗଇ ଭୀତି

ମା ବିକେ ଛୁଆ ପୁଅ ଶତ୍ରୁ ବାଆ

ସ୍ୱାର୍ଥ ପାଇଁ ସବୁକିଛି

ଏ ତ ବିଚିତ୍ର ଦୁନିଆ

ଶୁଣି ଥରି ଉଠେ ଛାତି ।।


Rate this content
Log in

Similar oriya poem from Inspirational