Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଗଣେଶ ବନ୍ଦନା

ଗଣେଶ ବନ୍ଦନା

1 min
542



ଆସିଲା ଭାଦ୍ରବ      ପୂଜା ଓ ପରବ 

     ଆଦ୍ୟେ ବରେଣ୍ୟଙ୍କୁ ଅଳି

ଶୁକ୍ଳ ଚତୁର୍ଥୀରେ    ଅଜ୍ଞାନ ବୀଥୀରେ 

      ଜ୍ଞାନଦୀପ ଉଠୁ ଜଳି ।

ଇନ୍ଦୁରବାହନ        ଗଉରୀନନ୍ଦନ 

      ଧରା ଧାମେ ଅବତରି

ଆସ ହେ ବହନ      ତିମିରନାଶନ 

      ଅନୁଗ୍ରହ ବାରେ କରି ।

ତୁମ୍ଭେ ଏକଦନ୍ତ       ରିଦ୍ଧି ସିଦ୍ଧିମନ୍ତ 

     ଗଜେନ୍ଦ୍ର ବଦନେ ଶୋଭା

ଧବଳ ମୂରତି      ଜ୍ଞାନାର୍ଣ୍ଣବେ ଅତି 

      ବିଚକ୍ଷଣ ମତିଲୋଭା ।

ଶୈଳଜା କୁମର      ଉଦ୍ଭବ ତୁମର

     ମାନସ ମନ୍ଥନେ ଧ୍ୟାୟି

ହରିଦ୍ରା ସନ୍ଧାନେ   ବିହିଲେ କଲ୍ୟାଣେ

     ଜଗନ୍ମାତ ମହାମାୟୀ ।

ବିଘ୍ନବିନାଶନ        କୁମତିଭଞ୍ଜନ

      ବିତରିଛ ବରାଭୟ

ସୁର ମୁନିଗଣ       କରନ୍ତି ବନ୍ଦନ 

     ଶ୍ରୀଚରଣେ ରଖି ଲୟ ।

ଘେନ ହେ ବିନତି    ସଂହାରି ଅରାତି

      ଅଜ୍ଞାନ ରୂପକ ତମ

କର ବିଦ୍ୟାଦାନ     ତୁଣ୍ଡେ ଶବ୍ଦବର୍ଣ୍ଣ

      ବିନୟ ବଚନ ସମ ।

କରୁଛୁ ଜଣାଣ      ବୁଦ୍ଧିଶୁଦ୍ଧି ହୀନ

     ଅବୋଧ ସନ୍ତତି ତୁଲ

ପୂଜାର୍ଚ୍ଚନେ ତୁମ    ଆମେ ତ ଅଧମ

      ଅରପୁଛୁ ଭକ୍ତିଫୁଲ ।


    


Rate this content
Log in