ସୁଖ ସୌଦାଗର
ସୁଖ ସୌଦାଗର
ସପନ ବଣିକ ଆହେ
ସୁଖ ସୌଦାଗର ।
ସୁଖ ସବୁ ବାଣ୍ଟି ଦେଇ
ଭକ୍ତି ଆଶା କର ।
ଅଜାଡି ଦେଇଛି ମୋର
ଅନ୍ତରୁ ଭକତି ।
ତ୍ୟାଗୀ ବି ସାରିଛି ସବୁ
ସଂସାର ଆସକ୍ତି ।
ସପନ ଦେଖାଇ ପୁଣି
ଛଡେଇ ନେଉଛ।
ଆନ ର ସପନ ସବୁ
ପାଛୋଟି ଧରୁଛ ।
ଭାବି ମୁଁ ପାରୁନି ତୁମେ
କି କଳାରେ ଖୁଣ।
ସବଳ କୁ ବଳ ଦିଅ
ଅବଳା କୁ ହୀନ।
ମୋ' ସପନ ଅଟକିଛି
ଅଧୁରା ରାସ୍ତାରେ।
ତୁମରି ପରଶ ପାଇଁ
ଅଛି ଅପେକ୍ଷାରେ।
ଜଣେନା ସେ,କେତେବେଳେ
ଜୋଛନା ଝରିବ ।
ତୁମରି ତୂଳୀରେ ତା'ର
ଜୀବନ୍ୟାସ ହେବ ।
ଆହେ ସୁଖ ସୌଦାଗର
ସୁଖ କୁ ବାଣ୍ଟ ନି।
ଦୁଃଖ ସବୁ ପିଇ ଯାଇ
ନୀରବ ରୁହ ନି।
କିଛି ଲୁହ ଦେଇ ଯାଅ
ମୁଁ ତୁମ ନିଜର।
ନୋହିଲେ କହିବି ତୁମେ
ଦୁଃଖ ସୌଦାଗର।