ମା ହୃଦୟର କଥା
ମା ହୃଦୟର କଥା
ରୋଜା ପଣ୍ଡା
ଗାଁ ରୁ ଯେତେବେଳେ ସହରକୁ ଆସିଲି
ଘରୁ ବାହାରିଲା ବେଳେ ମା ମୋର ହାତ ହଲାଉଥିଲା
ମୋ ଚାରିପାଖରେ ଉପସ୍ଥିତ ଥିବା ବନ୍ଧୁ ପରିଜନ ମାନେ କହୁଥିଲେ ଯେ
ମୋ ମା ମତେ ଟା ଟା କରୁଛି ବୋଲି
କିନ୍ତୁ ମୁଁ ଦେଖିପାରୁଥିଲି ଆଉ ପଢିପାରୁଥିଲି
ତାର ଅନ୍ତରର ସବୁତକ ଇଛାକୁ
ହାତ ହଲାଇ ସେ କହୁଥିଲା ,
"ଯା ନାହିଁ ଯା ନାହିଁ ଧନ ମୋର ଫେରିଆ ମୋ ପାଖକୁ
ମୋ ହୃଦୟ ଚିରି ପଢିଦେ ମୋ ମନର ବେଦନାକୁ
ଆ... ଫେରିଆ ମୋ ପାଖକୁ"......
ଆଉ ସେ ହାତ ହଲାଇ କହୁଥିଲା ଏଇ ଦେଖ ଜହ୍ନକୁ/ନୀଳ ଆକାଶକୁ
ଏଇ କେତେଦିନ ତଳେ ତତେ କାହାଣୀ ଶୁଣାଉଥିଲି
ମୁଁ କହୁଥିଲି ଆଉ ତୁ ଶୁଣୁଥିଲୁ
ଟିକେ ରହିଗଲେ, ଅଭିମାନ କରି ଋଷିଯାଉଥିଲୁ I
ପୁଣି ମା କହୁଥିଲା ଯେ ,
ଏମିତି ଜହ୍ନ ରାତିରେ ନୀଳ ଆକାଶକୁ ଚାହିଁ ସବୁବେଳେ ଗପ ଶୁଣାଇବ
ଜହ୍ନ ପଛେ ଲୁଚିଯିବ ନୀଳ ଆକାଶର ବକ୍ଷରେ
ହେଲେ ସରିବନି ତାର ଗପ I
ଭାବିନଥିଲି ଏତେ ଶୀଘ୍ର ସବୁ ବଦଳିଯିବ
ଆଉ ବଦଳିଯିବ ସ୍ଥିତି
ଆଜି ଏଠି ମୁଁ ଏକା ଏକା ଆଉ ଏତେ ଦୂରେ ଅଛି ଯେ
ସେ ନୀଳ ଆକାଶ ପରି ଏବେ ଜହ୍ନ ବି ପାଲଟିଯାଇଛି ସ୍ମୃତି I
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର, ମଧୁପାଟଣା,
କଟକ- ୭୫ ୩୦୧୦
E Mail: roja.saumya@gmail.com