Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Inspirational Fantasy

2  

Tapan Dixit

Inspirational Fantasy

ସୁପ୍ରଭାତ

ସୁପ୍ରଭାତ

1 min
7.7K


କାକ ରାବିଳେଣି ପିକ ଗାଇଲେଣି 

କୁମ୍ଭାଟୁଆ ହେଲେ ଭାଟ 

ପଲ୍ଲୀବାଳା ସବୁ ଗାଧୋଇ ଗଲେଣି 

ଚହଟେ ନଈର ତୁଠ ,

ଧିମି ଧିମି ଧୂପ ମହକର ସାଥେ 

ବେତାର ଭକ୍ତି ସଙ୍ଗୀତ 

ମଳୟେ ଖେଳିଲା ଜଣାଇ ଜଣାଇ 

ଆସିଗଲା ସୁ-ପ୍ରଭାତ 

ଗାଁ ଦାଣ୍ଡେ ବୁଲି କୁକ୍କୁଟ କହିଲେ 

ଉଠ ନକରିଣ ମଠ 

ମନ୍ଦିରୁ ଶୁଭିଲା ଘଣ୍ଟ ଘଣ୍ଟା ସାଥେ 

ଶଙ୍ଖ ଧ୍ଵନୀ ମନ୍ତ୍ର ପାଠ,

ସିନ୍ଦୁରି ସିନ୍ଦୁରି ପୂରବ ଆକାଶ 

ବିହଙ୍ଗେ ଗାଇଲେ ଗୀତ 

ସୁସୁପ୍ତ ପରାଣେ ‘ବାସ୍ତବର ଛୁଆଁ ‘

ସତେ ! କେଡେ ପ୍ରାଣବନ୍ତ .. ।। 

ତପନ ଦୀକ୍ଷିତ(ବେଳାଭୂମି)


Rate this content
Log in