ଭୋକ ପାଇଁ ନାଟ
ଭୋକ ପାଇଁ ନାଟ
ପେଟ ଖଣ୍ଡିକର ଭୋକ ପାଇଁ ଏଠି
କେତେ ଯେ କରନ୍ତି ନାଟ
କିଏ ସତ କୁହେ କିଏ ମିଛ କୁହେ
ଦୁନିଆଟା ଏଠି ହାଟ l
ପେଟେ ଭୋକ ଥାଇ ମୁହେଁ ଲାଜ ନେଇ
କିଏ ଚୁପ ରହିଯାଏ
କିଏ ଲାଜ ଛାଡି ହାତ ପାତିକରି
ଭିକ ଗଣ୍ଡେ ମାଗୁଥାଏ l
ପେଟ ଭୋକ ଏଠି ପୂରିଯାଏ ସିନା
ଦେହ ଭୋକ ମେଣ୍ଟେନାହିଁ
କାମୁକ ଭିକାରୀ ନଷ୍ଟ ଚରିତ୍ରଙ୍କ
ଭୋକ କେବେ କମେ ନାହିଁ
ଅନ୍ଧ ହୋଇଣ ଭୋକ ପାଇଁ ଏଠି
ଲୋଭ ଯିଏ କରୁଥାଏ
ନିଶ୍ଚୟ ତା ଫଳ ଇଶ୍ୱର ଦିଅନ୍ତି
ଦୁଃଖ ସିଏ ପାଇଥାଏ l