ଅବ୍ୟକ୍ତ ବେଦନା
ଅବ୍ୟକ୍ତ ବେଦନା
ରଙ୍ଗ ସ୍ୟାହି ନେଇ ମନ କାଗଜରେ
ଲେଖୁଛି ମୁଁ ଆତ୍ମା କଥା ,
ତୁମ ଆବିଳତା ସ୍ନେହର ଶାଳିତା
ମୋ ପାଇଁ ବଞ୍ଚିବା
ଜୀବନର ରାହା ।
କହିଥିଲ ତୁମେ, ଶରୀର ତ ଭିନ୍ନ ,
ଆତ୍ମା ବେନି ଆମ ଏକ ।
ତୁମେ ଥିବ ପଛେ, ମୁଁ ଥିବି ଆଗେ
କାଟିବା ଜୀବନ
ସମୟର ପଥ ।
ଚାଲିଗଲ ତୁମେ ଏକା କରି ମୋତେ
କଥା ତ ରଖିଲି ନାହିଁ ,
ଅଧାବାଟେ ମୋର ,
ହାତ ଛାଡ଼ିଦେଲ ,
ଏକଥା ନଥିଲ କହି ।
ମୋ କବିତା ରେ ତୁମେ
,ଥିଲତ ନାୟିକା
ରଙ୍ଗ ତୁଳି ଆଉ କାନଭାସ ଆଣି
ଦେଉଥିଲ ତୁମେ ,
ସଜେଇବାକୁ ତୁମ ରୂପ, ରଙ୍ଗ,
ଆଉ ମହନୀୟତା ।
ମୁଁ ଆଜି ନିଃସଙ୍ଗ ,ତୁମ ବିନା ସଙ୍ଗ
ଦଳା ଚକଟା କରୁଛି
ଆତ୍ମାକୁ ମୋହର ।
ନାହିଁ ସେ ଦିନର, ସ୍ୟାହି କି କାଗଜ,
କେବଳ ଅଛି ଯା
ତୁମ ଭାବନା ସତେଜ ।