Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pradeep Champati

Others

2  

Pradeep Champati

Others

ତୁମ ବିନା

ତୁମ ବିନା

1 min
6.6K


ତୁମ ବିନା

ବେଶ୍ କିଛି ଦୂରତା

ତୁମ ଓ ମୋ ମଧ୍ୟରେ ।

ଆଉ ମାପିବାକୁ ଇଛାନାହିଁ

କି ଆଉ ବଞ୍ଚିବାକୁ ଇଛାନାହିଁ ।

ଏମିତି ଅନେକ ବାଜେ ଭାବନା ସେଦିନ

ବିକୃତ କରୁଥିଲେ ମୋ ମସ୍ତିଷ୍କର ସାଇନସକୁ

ତୁମ ବିରହର ଚିତ୍ରପଟ

ସତେ ଜେମିତି ଅସହ୍ୟ ଥିଲା ମୋ ପାଇଁ ।

କିନ୍ତୁ ତୁମେ କହିଥିଲ ଦେଖ

ଆକାଶର ଜହ୍ନ ଓ ରୋଷେଇ ଘରର ରୁଟି ,

ଭିତରେ ଆକାଶ ପାତାଳର ଫରକ ।

ପ୍ରେମରେ ଜହ୍ନ ତୋଳିବା ସମ୍ଭବ

କିନ୍ତୁ ବାସ୍ତବରେ ରୁଟିଟିଏବି କରିବା କଷ୍ଟ ,

ବେଶ୍ କିଛି ବୁଝିଯାଇଥିଲି ତୁମ ଇଶାରାରୁ ।

ଆଜି ତୁମଠୁ ଅନେକ ଦୂରରେ ସତ

ହେଲେ ଦେଖିବ ଆସ ଏବେ କିନ୍ତୁ

ଜହ୍ନ ତୋଳି ତୁମ ମଥାରେ ଟିକିଲିଟିଏ

କରିଦେବାକୁ ମୁଁ ବେଶ୍ ସମର୍ଥ ।


Rate this content
Log in

More oriya poem from Pradeep Champati