Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ସାଧବ ବୋହୂ

ସାଧବ ବୋହୂ

1 min
13.7K



ରମ୍ୟ ରୂପ କାନ୍ତି ଅନନ୍ୟା ସୁନ୍ଦରୀ

ସରଗର ସୁନାପରୀ ,

ସାଧବ କୁଳର ସ୍ଵର୍ଣ୍ଣାଭ ସ୍ଵାକ୍ଷର

ସତେସେ ବିରଳ ନାରୀ ! !


ସାତ ସାଧବକୁ ସାତ ସୁନାବୋହୂ

ଚନ୍ଦ୍ରମା ବଦନି ରାଣୀ ,

ଲକ୍ଷ୍ମୀର ପ୍ରତିମା କୁଳର ଗାରିମା

ସଭିଏଁ ମଥାର ମଣି ! !


ଧନ ଜନ ଲକ୍ଷ୍ମୀ ପ୍ରୀତିର ଘରଣୀ

ଇତିହାସ ମୁକ ସାକ୍ଷୀ ,

ଏଇ ଉତ୍କଳରେ ଅଖଣ୍ଡ ଭାରତେ

ସାଜିଥିଲା ସୁନା ସଖି ! !


ବାଣିଜ୍ୟ ବିଭବେ ଶୁଭସେ ମନାସେ

ଅର୍ଘ୍ୟ ବନ୍ଦାପନା କରି ,

ସାତ ଦରିଆରେ ବୋଇତଯେ ଭାସେ

ମଙ୍ଗଳ ବିଧାନେ ନାରୀ ! !


ସଧାବର ସୁତ ରତନ ବିଭବ

ବୋହି ଆଣେ ଧନ ରତ୍ନ ,

ସବୁ ଚମତ୍କାର ସଧାବ ବୋହୂର

ଭକତିର ମହା ସୁତ୍ର ! !


କୁଳର ନନ୍ଦିନୀ ତଅପୋଇ ବାଳୀ

କରେ ସାଧବାଣି ଗେଲ ,

ସବା ସାନ ବଧୂ ତା ଆଖିର ବିନ୍ଦୁ

ତୋଳି ଦିଏ ପ୍ରୀତି ଫୁଲ ! !


ସାଧବ ଫେରିଲେ ସାଧବାଣି ହସେ

ଜଗତେ ପଡଇ ହୁରି ,

ସୁଖ ସମୃଦ୍ଧିରେ ରାଇଜଟା ଭାସେ

କୁଳ ବଧୂ ସୁନା ଗୋରି ! !


ସରଗର ପରୀ ଆମ ସାଧବାଣି

ମଥାରେ ପାଟ ଓଢ଼ଣି ,

ନାଲି ଟୁକୁଟୁକୁ ସାଧବ ବୋହୂତୁ

ସାଜିଚୁ ମହଲେ ରାଣୀ ! !


ସଦାନନ୍ଦ ସାହୁ ,

ଧୁ ରୁ ଷୀ ଆ , ଆଠଗଡ , କଟକ

97773611 78


Rate this content
Log in