ଭାବି ଭାବି ମୁଁ ଲେଖୁଛ
ଭାବି ଭାବି ମୁଁ ଲେଖୁଛ
ଶୂନ୍ୟର ରଥରେ
ପୃଥୀବିଟି ଆମ
ବାର୍ଷିକ ଗତିରେ ଚାଲିଛି ।
ଗତି ନବଦଳେ ଭାସମାନ ରଥ,
ସମୟ ହିଁ ବଦଳୁଛି
ଭାବି ଭାବି ମୁଁ ଲେଖୁଛି ।।
ଆହ୍ନିକ ଗତିରେ
ଦିନ ପରେ ରାତି
ଧରିତ୍ରୀ ଘୁରି ଚାଲିଛି ।
ଅନବରତ ହେ ଘୃର୍ଣ୍ଣୟମାନ ଯେ
ଥକି ଅବା ନ ଯାଉଛି
ଭାବି ଭାବି ମୁଁ ଲେଖୁଛି ।।
କଡୀରୁ କୋମଳ
କଂଚାରୁ ପକ୍ଵତା
ବିଧି ତା ବିଧାନ ପାଳୁଛି ।
ବ୍ୟତିକ୍ରମ କେବେ କରୁନି ବିଧାତା
ନିଜ କର୍ମ କରି ଚାଲିଛି
ଭାବି ଭାବି ମୁଁ ଲେଖୁଛି ।।
କୋମଳ ଶିଶୁଟି
ବଢି ବଢି ଶେଷେ
ଯୁବକରେ ପଦାର୍ପଣ କରୁଛି ।
ଶିଶୁ ହୋଇ ସିୟେ ରହି ଯାଉ ନାହିଁ
ନିଶ୍ଚୟ ଯବାନ ହେଉଛି
ଭାବି ଭାବି ମୁଁ ଲେଖୁଛି ।।
ଯବାନରୁ ବୃଦ୍ଧ
ବୃଦ୍ଧରୁ ମୃତ୍ୟୁ
ନିଶ୍ଚୟ ମୃତ୍ୟୁକୁ ଲୋଡୁଛି ।
ଅମରତ୍ୱ କେବେ ପାଉନାହିଁ ସିଏ
ମୃତ୍ୟୁକୁ ଆବୋରି ନେଉଛି
ଭାବି ଭାବି ମୁଁ ଲେଖୁଛି ।।
ମନୁଷ୍ୟ ପ୍ରକୃତି
ବଦଳି ଯାଉନି
କୁକର୍ମୀ କୁକର୍ମେ ରହୁଛି ।
କର୍ମ ବଦଳୁନି କୁକର୍ମୀର କେବେ
ଯେତେବି ସେ ଦଣ୍ଡ ପାଉଛି
ଭାବି ଭାବି ମୁଁ ଲେଖୁଛି ।।
ଭାରତ ମାତାକୁ
ସନ୍ତ୍ରାସବାଦୀୟେ
କେତେ ଯାତନା ସେ ଦେଉଛି ।
ବଦଳି ଯାଉନି ପାକିସ୍ତାନ ଟିକେ
ଅଶାନ୍ତିରେ ସଦା ରହୁଛି
ଭାବି ଭାବି ମୁଁ ଲେଖୁଛି ।।