ଦେଖ ! ମୋତେ
ଦେଖ ! ମୋତେ
ଦେଖ ! ମୋତେ
ମାତ୍ର ଥରୁଟିଏ ଦେଖ
" ମୁଁ " ତୁମ ପାଖେ ପାଖେ ଥିବା
ଛାଇ ଟିଏ, ଏକାନ୍ତ ନିଜର,
ତୁମ ପାଇଁ ନିରୁଦ୍ଦିଷ୍ଟ ଥିବା
ବହଳ ଅନ୍ଧାର ।
ତୁମେ ତ ' ଭିଜୁଛ ସେଠି
ଆଲୋକର ବର୍ଣ୍ଣାଳି ବର୍ଷାରେ
ବିତଉଛ ଦିନ ମାସ ବର୍ଷ
ସୁଖର ଚର୍ଯ୍ୟାରେ ।
ଥରେ ମାତ୍ର ଚାହଁ !
ତୁମ ପାଇଁ " ମୁଁ " ଏକ
ନୂଆ ଉଦ୍ଦୀପନା
ନୂଆ ଏକ ସଂଭାବନା ସ୍ବର ।
ଦେଖ ! ମୋତେ ,
ମାତ୍ର ଥରୁଟିଏ ଦେଖ !
" ମୁଁ " ଠିକ୍ ତୁମ ଆଲୋକ ର ଆର ପାଖ
ତୁମେ ଦେଖୁ ନ ଥିବା -
ନିରନ୍ଧ୍ର ଅନ୍ଧାର
ଓ ଶୁଣି ନ ଥିବା
ନିଃଶବ୍ଦ ଓଁ କାର ।
ମୁଁ ତୁମ " ସୁଖ " ନୁହେଁ
" ଖୁସି " ଏକ ଅନନ୍ତ ବ୍ୟାପ୍ତିର ।
ଦେଖ ! ଦେଖ !
ତୁମ ଆଲୋକିତ ଦିଗ
କେଡେ ସାନ ଦିଶେ
ବ୍ୟାପ୍ତି ମୋର ସୀମାହୀନ
ମହାଶୂନ୍ୟେ ମିଶେ ।
ଶ୍ରଦ୍ଧାର ସହ
ଭକ୍ତ ଚରଣ ମଲ୍ଲ
13th Sept 2017.