Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Abstract

3  

Sahadev Behera

Abstract

ସାଇତି ରଖିଛି

ସାଇତି ରଖିଛି

1 min
11.5K


    

ରହିଗଲା ସିନା    ଅଧାଗଢ଼ା ହୋଇ 

    ତୋ ସାଥେ ପ୍ରେମ ସମ୍ପର୍କ

ଭଗ୍ନସ୍ତୂପ ପରି    ସେହି ଇତିହାସ 

    ଗଢିଛି  ସ୍ମୃତି କୋଣାର୍କ ll 1

    

ସାଉଁଟେ ଯେବେ ମୁଁ  ବାଲିରେଣୁ ପରେ 

     ନରମ ତୋ ପାଦ ଚିହ୍ନ 

ମୁରୁକି ହସରେ   ପୂନେଇଁ ତିଥିରେ 

    ଦେଖାଦିଏ ରୃପା ଜହ୍ନ ll 2

     

ଲୁଚିଲୁଚି ଯେବେ   ଭଗ୍ନ ଶିଳା ଦେହେ 

    ମୋ ତନୁ ଛୁଆଁ ଲାଗଇ 

ଦେହେ ଶିହରଣ   ଖେଳିଯାଏ ମୋର 

    ବିଜୁଳି ନିଆଁ ଛୁଟଇ ll 3

     

ଫିକା ସେଇ ଜହ୍ନ    ଆଲୁଅ ଛାଇରେ 

    ତୋ ଛବି ଆଜି ଦେଖଇ 

କାଉଁରୀ ପରଶେ  ଭିଡି ନିଅ ଯେବେ  

     ତଳକୁ ପାଦ ଖସଇ ll 4

    

ଅମାନିଆ ତାରା      ଖେଳେ ଲୁଚକାଳି 

     ଆମକୁ ଲୁଚି ଦେଖଇ 

ବରଷା ଭିଜା ସେ   ଗଛମୂଳେ ଠିଆ

    ଆଜି ପରି ସେ ଲାଗଇ ll 5

     

ସତ କି ସପନ   ଆଖି ମୋ ବୁଝେନା 

     ବୁଝେନା କିଛି  ଏମନ 

ପାଶେ ସିନା ନାହୁଁ  ଅଛୁ ମୋ ହୃଦୟେ

    ସାଇତିଛି ଏହି ପ୍ରାଣ ll 6  

  


Rate this content
Log in