ଜୀବନ ଗୀତା- ୧୯୫
ଜୀବନ ଗୀତା- ୧୯୫
1 min
6.5K
ଜୀବନ ଗୀତା- ୧୯୫
ଜୀବନ କ୍ଷଣ ଭଙ୍ଗୁର
ଆଜି ଅଛି କାଲି ନାହିଁ
ତଥାପି କେତେ ମଧୁର ॥୦॥
କେବେ ସେ ଉଜୁଡା କ୍ଷେତ
କେବେ ଝାଉଁବଣ ଗୀତ
ଜୀବନର ମୋହ ଏଡି
କିଏବା ଯାଇଛି ଛାଡି
ଲାଗିଛି ବୋଲି ଅସାର ॥୧॥
କେବେ କାଉଁରି କୁହୁକ
କେବେ ସେ ଫୁଲ ମହକ
ଭୁରୁଭୁରୁ ତା ବାସନା
ମନରେ ଭରେ କାମନା
ଅସରା ତା' ମହୁଝର ॥୨॥