ଭୁଲିବାର ବେଳ
ଭୁଲିବାର ବେଳ
କ୍ଳାନ୍ତିକର ହେଇପାରେ କିନ୍ତୁ କଷ୍ଟକର ଜମା ନୁହେଁ
ଭୁଲିଯାଇ ନୂଆ ହୋଇ ଗଢିବାର ବେଳେ,
ପ୍ରେମ ପୂର୍ଣ୍ଣ ହୃଦୟଟେ ସମ୍ବଳ ଯାହାର
ସେଇ ଏକା ଛଳନାର ପରିଭାଷା ବଦଳାଇ ପାରେ ।
ପାଦ ତଳ ମାଟି ବି ଆପଣେଇ ନିଏ ମାଆ ଭଳି
ସାଉଁଳେଇ ଦିଏ ସାଥୀରେ ଚାଲୁଥିବା ପବନ,
ଆକାଶର ପ୍ରତିଶ୍ରୁତି ଆହୁରି ଦୃଢ ଲାଗେ
ଆଖିରେ ସଜେଇ ଦିଏ ଉଡିବାର ସ୍ବପ୍ନ ।
ଦୂର ଦିଗ୍ବଳୟର ଇଶାରା ଆଗକୁ ଆଗକୁ
ସ୍ବାର୍ଥପରତାର ବଳୟ ସୀମା ନୁହଁ କାହାର,
ଭୁଲିବାର ବେଳ ହେଲା ନୂଆ ହେଇ ଗଢିବା
ଲେଖିଦେବା ପରିଚୟ ନୂଆ ଏକ' ମୁଁ 'ର ।